(ଓଡିଶା ସ୍ପୋର୍ଟସ୍): ୨୩ ଜୁଲାଇ ୨୦୨୧ରେ ଆରମ୍ଭ ହେବାକୁ ଥିବା ଟୋକ୍ୱ ଅଲମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ ଆରମ୍ଭ ହେବାକୁ ମାତ୍ର ୩ ମାସ ରହିଛି । କିନ୍ତୁ ଏବେ ମଧ୍ୟ ସେହି ପ୍ରଶ୍ନ ଉଠୁଛି କି କୋରୋନା ମହାମାରି ମଧ୍ୟରେ ଏହାର ସଫଳ ଓ ସୁରକ୍ଷିତ ଆୟୋଜନ କିଭଳି କରାଯିବ । ଆଜି ଆୟୋଜକ କହିଛିନ୍ତି ଫ୍ଲାସ୍ ରିଲେ ୨୫ ମାର୍ଚ୍ଚ ଠାରୁ ଫୁକୁଶିମାରୁ ଆରମ୍ଭ ହେବ ।
୯ ମାସ ପୂର୍ବରୁ ଯେବେ କୋରୋନା ମହାମାରୀ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା, ସେତେବେଳେ ମଧ୍ୟ ରିଲେ ଏହିଠାରୁ ଆମମ୍ଭ ହେବାର ଥିଲା । ଜାପାନର ତଟବର୍ତ୍ତି ଅଞ୍ଚଳରେ ସ୍ଥିତ ଏହି ସହର ୧୦ ବର୍ଷ ପୂର୍ବେ ଭୁମିକମ୍ପ ଏବଂ ସୁନାମି ଦ୍ୱାରା ଧ୍ୱସଂ ହୋଇଯାଇଥିଲା । ଏହା ପରେ ପରମାଣୁ ଗ୍ୟାସ୍ ଲିକ୍ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା । ଫ୍ଲାସ୍ ଲାଇଟ୍ ରିଲେ ସମଗ୍ର ଜାପାନରେ ବୁଲିବ, ଯେଉଁଥିରେ ୧୦୦୦୦ ଧାବକ ଏବଂ ଶହ ଶହ ଅଧିକାରୀ ଭାଗ ନେବେ, ଏଥିରେ ସ୍ଥାନିୟ ବାସିନ୍ଦାଙ୍କୁ ବାଦ୍ ଦିଆଯାଇଛି । ଟୋକ୍ୱ ଅଲମ୍ପିକ୍ ଆୟୋଜକ ସମିତିର ଉପ ମହାନିର୍ଦ୍ଦେଶକ ୟୁକିହିକୋ ନୁନୋମୁରା କହିଛନ୍ତି, ” ଫ୍ଲାସ୍ ଲାଇଟ୍ ରିଲେ ସମୟରେ କୋରୋନା ପ୍ରୋଟୋକଲ୍ ଉପରେ ପୁରା ଧ୍ୟାନ ଦିଆଯିବ । ଦର୍ଶକ, ଫ୍ଲାସ୍ ଲାଇଟକୁ ଧରିଥିବା ବ୍ୟକ୍ତି ଏବଂ ସମସ୍ତ ଅଧିକାରୀମାନେ ଏହାର ପାଳନ କରିବେ ।
