Cricket

ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭ

ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଉପରେ କବଜା କରିଛି ନ୍ୟୁଜିଲାଣ୍ଡ ଦଳ । ବର୍ଷା ଏବଂ ଲୋ ଲାଇଟ ଭଳି ଅସୁବିଧାରୁ ଏହି ଐତିହାସିକ ମ୍ୟାଚର ରୋମାଞ୍ଚ ଧିରେ ଧିରେ କମିଥିଲା । ଯାହାଫଳରେ ଏହି ମ୍ୟାଚ ଖେଳାଯାଇପାରିବ କି ନାହିଁ ଏନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିତିଲା । କିନ୍ତୁ ଏସବୁକୁ ଅତିକ୍ରମ କରି ଶେଷ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପୟନସିପ । ଆଉ ଏହି ଟ୍ରଫିକୁ ହାତେଇଛି କେନ ୱିଲିୟମସନଙ୍କ ସେନା । ଏହି ମ୍ୟାଚକୁ ଜିତି ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାକୁ ଶେଷ କରିଛି ନ୍ୟୁଜିଲାଣ୍ଡ ଦଳ । ୨୧ ବର୍ଷ ପରେ ଦଳ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳତା ହାସଲ କରିଛି । ୨୦୧୯ ଦିନିକିଆ ବିଶ୍ୱକପରେ ଫାଇନାଲରେ ପହଞିଥିଲେ ସୁଦ୍ଧା ଟ୍ରଫି ଜିତି ପାରିନଥିଲା । ତେବେ ଶେଷ ଥର ପାଇଁ ୨୦୦୦ ମସିହାରେ ଆସିସି ନକ ଆଉଟ ଟ୍ରଫି ନିଜ ନାମରେ କରିଥିଲା ନ୍ୟୁଜିଲାଣ୍ଡ । ଏଥିସହ ବିରାଟ କୋହଲୀଭ୍କ ଅଧିନାୟକତାରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି ।

 
ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିୟନସିପର ପ୍ରଥମ ସଂସ୍କରଣ ଖେଳିଥିଲା ନ୍ୟୁଜିଲାଣ୍ଡ । ୧୩୯ ରନର ଲକ୍ଷ ନେଇ ପଡିଆକୁ ଓହ୍ଳାଇଥିଲେ ନ୍ୟୁଜିଲାଣ୍ଡର ଦୁଇ ଓପନର ଜଲଦି ପାଭିଲିୟନ ଫେରିଯାଇଥିଲେ । ହେଲେ ଦଳକୁ ମଜଭୁତ ସ୍ଥିତି ଦେଇଥିଲେ ଅଧିନାୟକ କେନ ଓ୍ିଲିୟମସନ ଏବଂ ଅଭିଜ୍ଞ କେଳାଳୀ ରସ ଟେଲର । ମାତ୍ର ୪୪ ରନ ଭିତରେ ଦୁଇଟି ୱିକେଟ ଅକ୍ତିଆର କରିବା ପରେ ଭାରତ ପାଇଁ କମବ୍ୟାକ କରିବା ପାଇଁ ଥିଲା ଏକ ଗୋଲ୍ଡେନ ଚାନ୍ସ । ଯାହାର ସୁଯୋଗ ଉଠାଇବାରେ ବିଫଳ ହୋଇତିଲେ ଭାରତୀୟ ବୋଲର । ତେଣୁ ନ୍ୟୁଜିଲାଣ୍ଡ ଏହି ଛୋଟ ଟାର୍ଗେଟକୁ ଅତି ସହଜରେ ହାସଲ କରି ୮ ୱିକେଟରେ ଭାରତକୁ ପରାସ୍ତ କରିଛି । ଟମ ଲାଥମ(୯) ଏବଂ ଡେଭନ କେନୱେ(୧୯)ଙ୍କୁ ସଅଳ ହରାଇବା ପରେ ଅଧିନାୟକଙ୍କ ସହ ମିଶି ଖେଳକୁ ଆଗେଇ ନେଇଥିଲେ ରସ ଟେଲର । ତୃତୀୟ ୱିକେଟ ପାଇଁ ୯୬ ରନର ଭାଗିଦାରୀ କରି ଦଳକୁ ଟ୍ରଫି ଜିତିବାରେ ସାହାଯ୍ୟ କରିଥିଲେ ।


ରିଜର୍ଭ ଡେ ମ୍ୟାଚରେ ନ୍ୟୁଜିଲାଣ୍ଡର ବୋଲରଙ୍କ ଆଗରେ ଧ୍ୱସ୍ତ ହୋଇଯାଇଥିଲା ଭାରତର ବ୍ୟାଟିଂ ଲାଇନ ଅପ । ମାତ୍ର ୯୯ ରନରେ ୮ଟି ୱିକେଟ ହରାଇ ମାତ୍ର ୧୭୦ ରନ କରିବା ପାଇଁ ସକ୍ଷମ ହୋଇଥିଲା ଏବଂ ନ୍ୟୁଜିଲାଣ୍ଡକୁ ଦେଇଥିଲା ୧୩୯ ରନର ଲକ୍ଷ । ଯାହା ଅଧିନାୟକ କେନ ୱିଲିୟମସନଙ୍କ ଅର୍ଦ୍ଦଶତକୀୟ ପାରି ଏବଂ ରସ ଟେଲରଙ୍କ ଦମଦାର ଇନିଂସ ଆଗରେ ଫିକା ପଡିଥିଲା । ଦଳ ପକ୍ଷରୁ ଟିମ ସାଉଦି ସର୍ବାଧିକ ୪, ଟ୍ରେଣ୍ଟ ବୋଲ୍ଟ ୩ ଏବଂ କାଇଲ ଜ୍ୟାମିସନ ୨ଟି ୱିକେଟ ନେଇଥିଲେ । ଐତିହାସିକ ମ୍ୟାଚର ହିରୋ ଭାବେ ବିବେଚିତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଦଳର କାଇଲ ଜ୍ୟାମିସନ ।

 

Related posts

ଧୀମା ବୋଲିଂ ହାର ନେଇ ହାର୍ଦ୍ଦିକଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା

Odisha Sports Bureau

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ଏସିଆ କପ୍ ୨୦୨୨

Odisha Sports Bureau

Leave a Comment