ନୂଆଦିଲ୍ଲୀ: ଆଇପିଏଲରେ ବାକି ରହିଲା ଆଉ ମାତ୍ର ୨ଟି ମ୍ୟାଚ । ଏହା ପରେ ଖେଳାଯିବ ଟି ୨୦ ବିଶ୍ୱକପ । କିନ୍ତୁ ବିସିସିଆଇର ଚିନ୍ତା ବଢାଇଲାଣି କୋଚ ଚୟନ ପକ୍ରିୟା । କାରଣ ଏବେ ଖୋଜାଚାଲିଛି ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ।
ବର୍ତ୍ତମାନ ସୁଦ୍ଧା ତାଲିକାରେ କେହି ସିଲେକ୍ଟ ହୋଇ ନାହାଁନ୍ତି। ଏହା ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଏହି ଘଟଣା । କାରଣ କିଛି ଘଣ୍ଟା ମଧ୍ୟରେ ଦୁଇଜଣ ଭେଟେରାନ କୋଚ୍ ହେବା ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାରି ଭିତରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସହିତ ଶେଷ ହେବ।
ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ୍ ବୋର୍ଡ ଚଳିତ ମାସ ଆରମ୍ଭରେ ପରବର୍ତ୍ତୀ କୋଚ୍ ସନ୍ଧାନରେ ଥିଲା । ବୋର୍ଡ ଏଥିପାଇଁ କିଛି ଦିନ ପୂର୍ବରୁ ଏକ ବିଜ୍ଞାପନ ମଧ୍ୟ ଦେଇଥିଲା ଏବଂ ଆବେଦନ ପାଇଁ ମେ ୨୭ ଶେଷ ତାରିଖ ପାଇଁ ଘୋଶଣା କରାଯାଇଥିଲା । ଯଦିଓ ବୋର୍ଡ ଦ୍ରାବିଡଙ୍କୁ ପୁନର୍ବା ର ଆବେଦନ କରିବାର ବିକଳ୍ପ ଦେଇଛି, ତଥାପି ସେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ବୋଲି କୁହାଯାଉଛି ।
ଖବର ଅନୁଯାୟୀ, ବିସିସିଆଇ ବିଶ୍ୱ କ୍ରିକେଟ୍ ର କିଛି ବଡ ନାମ ସହିତ ଯୋଗାଯୋଗ କରିଥିଲା କିନ୍ତୁ ସେମାନେ ସଫା ସଫା ମନା କରି ଦେଇଥିବା କୁହାଯାଉଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ , ଯିଏ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଗତ କିଛି ଦିନ ତଳେ ପଣ୍ଟିଂ ସମେତ ଭାରତୀୟ ବୋର୍ଡ କିଛି ଷ୍ଟଲୱାର୍ଟଙ୍କ ସହ ଯୋଗାଯୋଗ କରିଥିବା ଖବର ଆସିଥିଲା । ଆଇସିସିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପଣ୍ଟିଂ ସ୍ୱୀକାର କରିଛନ୍ତି ଯେ ଆଇପିଏଲ ସମୟରେ କିଛି ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନେ ତାଙ୍କ ସହ କଥା ହୋଇଥିଲେ । ପଣ୍ଟିଂ କହିଛନ୍ତି ଯେ ଜଣେ ପ୍ରଶିକ୍ଷକ ହେବାକୁତାଙ୍କର ଆଗ୍ରହ ଜାଣିବା ପାଇଁ ଏହି ଆଲୋଚନା କରାଯାଇଥିଲା । ପଣ୍ଟିଂ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ଏକ ଜାତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବାକୁ ଚାହାଁନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଏହା ତାଙ୍କ ଜୀବନଶୈଳୀରେ ଖାପ ଖାଉ ନାହିଁ ଏବଂ ତେଣୁ ସେ ଟିମ୍ ଇଣ୍ଡିଆର କୋଚ୍ ହୋଇପାରିବେ ନାହିଁ। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କୋଚ୍ ପଣ୍ଟିଂ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଜୀବନରେ ଅନେକ ଜିନିଷ ଅଛି ଏବଂ ସେ ଘରେ ସମୟ ବିତାଇବାକୁଚାହୁଁଛନ୍ତି । ତା’ପରେ ପଣ୍ଟିଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ତାହା ହେଉଛି ଆଇପିଏଲ୍ । ପଣ୍ଟିଂ କହିଛହିନ୍ତି ଯେ ଟିମ୍ ଇଣ୍ଡିଆର କୋଚ୍ ହେବା ପରେ ଆଇପିଏଲରେ ଜଣେ କୋଚ୍ ରହିପାରିବେ ନାହିଁ । ଯାହା ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ। ସେ କହିଛହିନ୍ତି ଯେ ୧୦-୧୧ ମାସ ପର୍ଯ୍ୟନ୍ତ ଏକ ଦଳ ସହିତ ରହିବା ବର୍ତ୍ତମାନ ତାଙ୍କ ଜୀବନଶୈଳୀ ସହିତ ମେଳ ଖାଉ ନାହିଁ।
ସେହିଭଳି ଆଉ ଜଣେ ଭେଟେରାନ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କୋଚ୍ ଆଣ୍ଡି ଫ୍ଲାଓ୍ୱାର । ସେ ବି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେତେବେଳେ ଏଲିମିନେଟର ମ୍ୟାଚରେ ବେଙ୍ଗାଲୁରୁର ପରାଜୟ ପରେ ଜିମ୍ବାୱେର ପୂର୍ବ ତନ କିମ୍ବଦନ୍ତୀ ଫୁଲକୁ ପଚରା ଯାଇଥିଲା , ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି କିମ୍ବା ଆଗକୁ କରିବେ ନାହିଁ। ଫ୍ଲାଓ୍ୱାର କେବଳ ଫ୍ରାଞ୍ଚାଇଜ୍ ଟୁର୍ଣ୍ଣା ମେଣ୍ଟରେ କୋଚିଂ କୁ ତାଙ୍କ ପାଇଁ ଯଥେଷ୍ଟ ଏବଂ ସେ ଏଥିରେ ଖୁସି ବୋଲି କହିଥିଲେ ।
ସୂଚନା ଅନୁଯାୟୀ ଏହି ଭୂମିକା ପାଇଁ ବିସିସିଆଇ ଗୌତମ ଗମ୍ଭୀର, ରିକି ପଣ୍ଟିଂ , ଷ୍ଟିଫେନ୍ ଫ୍ଲେମିଂ ଏବଂ ଜଷ୍ଟିନ ଲେଙ୍ଗରଙ୍କ ଭଳି ଭେଟେରାନଙ୍କ ନିକଟକୁଯାଇଛନ୍ତି । ଗମ୍ଭୀର ଏବଂ ଫ୍ଲେମିଂ ବର୍ତ୍ତମାନ ପର୍ୟ୍ୟ ନ୍ତ ଏ ବିଷୟରେ କିଛି କହି ନାହାଁନ୍ତି କିନ୍ତୁ ପଣ୍ଟିଙ୍କ ପରି ଜଷ୍ଟିନ ଲେଙ୍ଗର ମଧ୍ୟ ମନା କରି ଦେଇଛନ୍ତି ।
previous post
next post