Mrathon

୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ

ୟେଞ୍ଚିଅନ୍: ଦଖିଣ କେରିଆରେ ଚାଲିଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ବୁଧବାର ଶେଷ । ଦିନରେ ଭାରତକୁ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୫ ପଦକ ମିଳିଛି।ଫଳରେ ଭାରତର ପଦକ ସଂଖ୍ୟା ୧୯ (୬ ସ୍ବର୍ଣ୍ଣ, ୭ ରୌପ୍ୟ, ୬ କାଂସ୍ୟ) ରେ ପହଞ୍ଚିବା ସହ ଟେବୁଲର ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଭାରତ ଆଗରେ ଜାପାନ ୨୩ (୧୪ ସ୍ବର୍ଣ୍ଣ, ୫ ରୌପ୍ୟ, ୪ କାଂସ୍ୟ) ଏବଂ ଚୀନ୍ ୧୯ (୧୧ ସ୍ବର୍ଣ୍ଣ, ୫ ରୌପ୍ୟ, ୩ କାଂସ୍ୟ) ପଦକ ସହ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

୧୫୦୦ ମିଟର ରେସ୍କୁ ଲକ୍ଷିତା ୪:୨୪.୨୩ ସେକେଣ୍ଡ ସମୟ ସହ ଏହି ପଦକ ଜିତିଥିଲେ। ଏଥିସହ ସେ ନିଜର ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୪:୨୬.୪୮ ସେକେଣ୍ଡ) କୁ ମଧ୍ୟ ଟପିଥିଲେ। ସେହିପରି ଅନୁଷ୍କା କୁମ୍ଭାର, ରିୟା ପାଟିଲ, କନିସ୍ତା ଟିନା, ରେଜୋଆନା ମଲ୍ଲିକ ହୀନାଙ୍କୁ ନେଇ ଗଠିତ ମହିଳା ୪ ଗୁଣା ୪୦୦ ମିଟର ରିଲେ ଦଳ ୩:୪୦.୪୯ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ୫୦୦୦ ମିଟର ରେସ୍କୁ ଶିବାଜୀ ୧୪:୪୯.୦୫ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଦୀପକ ସିଂହ, ଶରଣ ମେଗାଭର୍ନମ, ରିହାନ ଚୌଧୁରୀ ଓ ନଭପ୍ରୀତ ସିଂହଙ୍କୁ ନେଇ ଗଠିତ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ୩:୦୮.୭୮ ସେକେଣ୍ଡ ସହ ରୌପ୍ୟ ପଦକ ପାଇଥିଲେ। ପୁରୁଷ ୧୫୦୦ ମିଟର ଦୌଡ଼ରେ ମେହଦି ହାସନ (୩:୫୬.୦୧ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ।

Related posts

୪୦୦ ମିଟର ହଡଲ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ୱରର ବାପ

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ଇଂଲଣ୍ଡ ମାରାଥନରେ ଶାଢି ପିନ୍ଧି ଦୌଡିଲେ ଓଡିଆ ଝିଅ

Odisha Sports Bureau

Leave a Comment