Cricket

ଗୁଜରାଟ ବିପକ୍ଷରେ ଅର୍ଦ୍ଧଶତକ ହାସଲ କଲେ କୋହଲି

ନୂଆଦିଲ୍ଲୀ : ଆଜି ପ୍ରଥମ ମ୍ୟାଚରେ ମଇଦାନରେ ମୁହାଁମୁହିଁ ହୋଇଛନ୍ତି ବାଙ୍ଗାଲୋର ଓ ଗୁଜରାଟ । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଏହି ମ୍ୟାଚରେ ବିରାଟ କୋହଲି ଧୂଁଆଧାର ବ୍ୟାଟିଂ କରିଛନ୍ତି । ସେ ୫୩ ବଲରେ ୫୮ ରନ କରି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏହି ମ୍ୟାଚରେ ବିରାଟ କୋହଲି ବାଙ୍ଗାଲୋର ପକ୍ଷରୁ ଡୁ ପ୍ଲେସିସଙ୍କ ସହ ଓପନିଂ ଆରମ୍ଭ କରିଥିଲେ । ଡୁ ପ୍ଲେସିସ ଶୀଘ୍ର ଆଉଟ ହୋଇଯାଇଥିଲେ ବି ରଜତ ପଟ୍ଟିଦାରଙ୍କ ସହ ସେ ପାର୍ଟନରସିପ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଯେଉଁଥିରେ ଗୋଟିଏ ଛକା, ୬ଟି ଚୌକା ସାମିଲ ଅଛି । ତେବେ ଏହି ମ୍ୟାଚରେ ବିରାଟ ଏହି ଇଂନିସ ଖେଳି ଫର୍ମକୁ ଫେରିବାର ସିଗନାଲ ଦେଇଛନ୍ତି ।

Related posts

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

Odisha Sports Bureau

୫୨ ବଲରେ ବୈଭବଙ୍କ ଶତକ

Odisha Sports Bureau

ଧୋନିଙ୍କ ଆଣ୍ଠୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ