WTC ଫାଇନାଲ ହାରିବାପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଖେଳିବ । ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ଟିମ ଇଣ୍ଡିଆର ୨ଟି ଟେଷ୍ଟ,୩ଟି ଦିନିକିଆ ଏବଂ ୫ଟି T-୨୦ ମ୍ୟାଚ ଖେଳିବ । ତେବେ ଏ ସିରିଜକୁ ନେଇ ଖେଳାଳିମାନଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ବିରାଟ ଜିମରେ ଖୁବ ୱାର୍କଆଉଟ କରୁଛନ୍ତି । ଭିଡିଓ ଭାଇରାଲ ହେବାପରେ ଫ୍ୟାନମାନେ ତାଙ୍କୁ ଖୁବ ଟ୍ରୋଲ କରୁଛନ୍ତି ।
କୋହଲି ଇନଷ୍ଟାଗ୍ରାମରେ ୨ଟି ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି । ଏହା ସହିତ କ୍ୟାପସନ ଲେଖିଛନ୍ତି ‘ବାହାନା ଖୋଜ ନଚେତ ଉନ୍ନତ ହେବାକୁ ଚେଷ୍ଟ କର’ । ଏହି ଭିଡିଓରେ ବିରାଟ ଜିମ୍ ଭିତରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।ଏହି ପୋଷ୍ଟରେ ଅନେକ ଲାଇକ୍ ଏବଂ କମେଣ୍ଟ ମିଳିଛି । ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଲୋକେ ତାଙ୍କ ଫିଟନେସ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । କିଛି ୟୁଜର କମେଣ୍ଟ କରି କହୁଛନ୍ତ, ସବୁକିଛି ଠିକ୍ ଅଛି, କିନ୍ତୁ ଆଇସିସି ଟାଇଟଲ କେବେ ଜିତିବ ? ଆଉ ଜଣେ ଲେଖିଛନ୍ତି, କ’ଣ ଫାଇଦା ଜିମର । ଯଦି ସର୍ଟ ଅଫ ସାଇଡ ବଲରେ ମାରିବ ।