Cricket

କୀର୍ତ୍ତନ ଶୁଣିବାକୁ ଲଣ୍ଡନ ପହଞ୍ଚିଲେ ବିରୁଷ୍କା

ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଲଣ୍ଡନରେ ଥିବା କୃଷ୍ଣ ଦାସ କୀର୍ତ୍ତନ ଶୋ ଦେଖିବା ପାଇଁ ପହଞ୍ଚିଛନ୍ତି । ପୂର୍ବରୁ ବିଭିନ୍ନ ଧାର୍ମିକ ସ୍ଥଳମାନଙ୍କରେ ଉଭୟଙ୍କୁ ଦେଖିବାକୁ ମିଳିଛି । ଅନେକ ମନ୍ଦିର ଏବଂ ମଠରେ ଯାଇ ଉଭୟେ ପୂଜାର୍ଚ୍ଚନା କରିଛନ୍ତି ।

ଲଣ୍ଡନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜଣାଶୁଣା ଆମେରକୀୟ ଗାୟକ କୃଷ୍ଣ ଦାସଙ୍କ କୀର୍ତ୍ତନରେ ସେଲିବ୍ରିଟି ଯୋଡି ଭକ୍ତି ସଂଗୀତର ଆକର୍ଷଣୀୟ ମେଲୋଡିରେ ନିଜକୁ ସମ୍ପୂର୍ଣ୍ଣ ଭାବେ ହଜାଇ ଦେଇଥିଲେ। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭାରତୀୟ ଟିମ୍ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ତା’ ପରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବ । ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ । ତେବେ ଏହାପୂର୍ବରୁ କୌଣସି ମ୍ୟାଚ୍ ନ ଥିବାରୁ ଖେଳାଳି ଏବେ କିଛି ସମୟ ବ୍ରେକ ନେଇ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି ।

Related posts

ଧୋନିଙ୍କ ବ୍ୟତୀତ ଏହି ସମସ୍ତ କିକ୍ରେଟର ସାମିଲ ହୋଇଥିଲେ ସେନାରେ

Odisha Sports Bureau

ବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମ

Odisha Sports Bureau

ଯୁବରାଜଙ୍କ ଘରେ ରାଜକୁମାର

Odisha Sports Bureau