Cricket

ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ୧୪୫ ରନରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ

ତ୍ରିନିଦାନ: ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ । କାଲି ଓ୍ଵେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଘରୋଇ ଇଣ୍ଡିଜ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋଭମ୍ୟାନ ପାଓ୍ଵେଲ ୪୮ ରନ ଏବଂ ନିକୋଲାସ ପୂରନ ୪୧ ରନ କରିଥିଲେ।ଜବାବରେ ଭାରତୀୟ ଦଳ ବ୍ୟାଟିଂ ବିଫଳତା ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୪୫ ରନରେ ସୀମିତ ରହିଥିଲା। ତିଳକ ବର୍ମା ସର୍ବାଧିକ ୩୯ ରନ କରିଥିଲେ ହେଁ ବାକି ବ୍ୟାଟର ଦୟନୀୟ ପ୍ରଦର୍ଶନ କରିଥିଲେ।

୧୫୦ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ ଦଳୀୟ ସ୍କୋର ୫ ରନରେ ଶୁଭମାନ ଗିଲ(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଇଶାନ କିଷନ ଏବଂ ସୂର୍ୟ୍ୟକୁମାର ଯାଦବ ଦ୍ଵିତୀୟ ଓ୍ଵିକେଟ୍ରେ ୨୩ ରନ ଯୋଡ଼ିଥିଲେ। ଇଶାନ କିଷଣ(୬) ଦିନିକିଆ ସିରିଜର ପ୍ରଦର୍ଶନ ପ୍ରଥମ ଟି-୨୦ରେ ଦୋହରାଇ ପାରିନଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଦଳର ନିର୍ଭରଯୋଗ୍ୟ ବ୍ୟାଟର ସୂର୍ୟ୍ୟକୁମାର ଯାଦବ ୨୧ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା।

Related posts

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

Odisha Sports Bureau

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

Odisha Sports Bureau