Cricket

ଅଧିନାୟକ ପଦ ପାଇବ କିଏ ??

ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ ପରେ କିଏ ଭାରତୀୟ ଦଳର ଭାର ସମ୍ଭାଳିବ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତର ଉପଅଧିନାୟକ ରୋହିତ ଶର୍ମା ହିଁ ଦଳର ଅଧିନାୟକ ଭାର ସମ୍ଭାଳିବେ ବୋଲି କୁହାଯାଉଛି ।
କିନ୍ତୁ ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର ଏକ ବୟାନ ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଭାରତୀୟ କ୍ରିକେଟର ଭବିଷ୍ୟତକୁ ନଜରରେ ରଖି ବିରାଟ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ । ଅର୍ଥାତ କେହି ଜଣେ ଯୁବ ଖେଳାଳୀଙ୍କୁ ଅଧିନାୟକ ପଦ ମିଳିବା ନେଇ ବୋଲି ଏହା ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ କିଏ ସେହି ଯୁବ କ୍ରିକେଟର ??
ଏହି ତାଲିକାରେ ଦୁଇ ଜଣ କ୍ରିକେଟରଙ୍କ ନାଁରେ ତାଲିକାର ଶୀର୍ଷରେ ରହିଛି । ସେମାନେ ହେଉଛନ୍ତି ଭାରତର ଅନ୍ୟତମ ଓପନର କେ.ଏଲ ରାହୁଲ ଏବଂ ୱିକେଟ କିପର ରିଷଭ ପନ୍ତ । ରାହୁଲଙ୍କର ବିଗତ କିଛି ବର୍ଷ ମଧ୍ୟରେ ଖୁବ ଭଲ ପ୍ରଦର୍ଶନ ରହିଥିବା ବେଳେ ଆଇପିଏଲରେ ମଧ୍ୟ ପଞ୍ଜାବ ଦଳର ଅଧିନାୟକ ପଦରେ ସେ ଖୁବ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାଦ୍ୱାରା ତିନୋଟି ଯାକ ଫର୍ମାଟରେ ସେ ଦଳ ପାଇଁ ନିଜ ସ୍ଥାନ ପକ୍କା କରିଛନ୍ତି । ତେଣୁ ଯଦି ରୋହିତ ଅଧିନାୟକ ହେଉଛନ୍ତି ଉପଅଧିନାୟକ ପଦ ରାହୁଲଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

KL Rahul can be groomed as a future India captain: Gavaskar | Sports  News,The Indian Express
ସେହିପରି ୱିକେଟ କିପର ରିଷଭ ପନ୍ତ ମଧ୍ୟ ଏହି ଦୌଡରେ ରାହୁଲଙ୍କ ସହ ରହିଛନ୍ତି । ଆଇପିଏଲରେ ଦିଲ୍ଲୀର ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ ହେବା ପରେ ସେ ହିଁ ଦଳର ଅଧିନାୟକ ଭାର ସମ୍ଭାଳିଛନ୍ତି । ଆଇପିଏଲରେ ମିଳିଥିବା ଏହି ଗୁରୁଦାୟିତ୍ୱକୁ ସେ ଏବେ ପର୍ଯ୍ୟନ୍ତ ଖୁବ ସୁନ୍ଦର ଭାବେ ତୁଲାଇ ଆସିଛନ୍ତି । ତେଣୁ ତାଙ୍କୁ ଉପଅଧିନାୟକ କରିବା କଥା ଚିନ୍ତା କରିପାରେ ବିସିସିଆଇ । ବୟସ ଅନୁସାରେ ରାହୁଲ ଏବଂ ରିଷଭ ପନ୍ତ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିନାୟକ ପଦରେ ରହି ପାରିବେ । ଯାହା ଉଭୟଙ୍କ ପାଇଁ ଏକ ବ୍ଲସ ପଏଣ୍ଟ ହୋଇଛି ।

Smart, intelligent cricket': Sunil Gavaskar explains 'most impressive  thing' about Rishabh Pant's batting | Cricket - Hindustan Times

Related posts

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau

ପ୍ରଥମ ଟେଷ୍ଟ, ପାକିସ୍ତାନ୬ ଉଇକେଟରେ ପରାସ୍ତ

Odisha Sports Bureau

ବିରାଟ ବାହିନୀର ବିରାଟ ବିଜୟ

Odisha Sports Bureau