Cricket

ରବିନ୍ଦ୍ର ଜାଡେଜା ନା କଣ ପାଇଁ ସାର ଜାଡେଜା

ରବିନ୍ଦ୍ର ଜାଡେଜାଭାରତୀୟ କ୍ରିକେଟର ଜଣେ ଦକ୍ଷ ଅଲରାଉଣ୍ଡର ବୋଲିଂ, ବ୍ୟାଟିଂ ଫିଲ୍ଡିଂ ସବୁଥିରେ ସେ ପାରଙ୍ଗମ ଏବେ ଏହି ଖେଳାଳିଙ୍କୁ ନେଇ ବେଶ ଚର୍ଚ୍ଚା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ଚାମ୍ପିୟନ କରାଇବା ପରେ ଚାରିଆଡେ ଜାଡେଜାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ସୋସିଆଲ ମିଡିଆରେ ସାର୍ ଜାଡେଜାଙ୍କ ନାଁରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି ତେବେ ଆପଣଙ୍କ ମନରେ କେବେ ନା କେବେ ନିଶ୍ଚେ ପ୍ରଶ୍ନ ଆସିଥିବ ଜାଡେଜାଙ୍କୁ କାହିଁକି ସାର ବୋଲି କୁହାଯାଉଛି? ତାଙ୍କୁ ଏହି ନାଁ କିଏ ଦେଇଥିଲେ? ଆଉ ଏହା ପଛର କାରଣ କଣ?

ସୋସିଆଲ ମିଡିଆ ହେଉ କି ନିଜ ଟିମ୍ ମେଟ୍ସ ଜାଡେଜାଙ୍କୁ ସମସ୍ତେ ଏହି ନାଁରେ ହିଁ ଡାକିଥାନ୍ତି ଆଉ ଆପଣ ଜାଣିଲେ ଖୁସି ହେବେ ଏହି ନାଁ ଜାଡେଜାଙ୍କୁ ଆଉ କେହି ନୁହେଁ ବରଂ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ଦେଇଛନ୍ତି ଆଇପିଏଲ ୨୦୧୩ ସମୟରେ ଧୋନୀ ଜାଡେଜାଙ୍କୁ ନେଇ କିଛି ଟ୍ୱିଟ କରିଥିଲେ ଯେଉଁଥିରେ ସେ ଜାଡେଜାଙ୍କୁ ସାର୍ ବୋଲି ସମ୍ବୋଧନ କରିଥିଲେ ଆଉ ସେବେଠାରୁ ଜାଡେଜାଙ୍କୁ ସମସ୍ତେ ସାର୍ ରବିନ୍ଦ୍ର ଜାଡେଜା ନାଁରେ ଜାଣିଛନ୍ତି

୨୦୧୩ ମସିହାରେ ଜାଡେଜା ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ, ସାର୍ ଜାଡେଜା କ୍ୟାଚ ଧରିବାକୁ ଦୌଡିନଥାନ୍ତି ବରଂ ବଲ ତାଙ୍କୁ ଆପେ ଆପେ ଖୋଜିଦିଏ ଆଉ ତାଙ୍କ ହାତକୁ ଚାଲିଆସେ ସେହିପରି ଆଉ ଏକ ଟ୍ୱିଟରେ ଲେଖିଥିଲେ ସାର୍ ଡାଜେଡା ଯେତେବେଳେ ନିଜ କାର ଚଲାନ୍ତି ସେତେବେଳେ କାର ଛିଡା ହୋଇଥାଏ ଆଉ ରାସ୍ତା ଚାଲିବାକୁ ଲାଗିଥାଏ ଆଉ ସେ ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି ସେତେବେଳେ ପାଭିଲିୟନ ପିଚ ଆଡକୁ ଚାଲିଆସେ ଧୋନୀଙ୍କ ଏମିତି ଅନେକ ଟ୍ୱିଟ ଭାଇରାଲ ହୋଇଛି ଯେଉଁଥିରେ ସେ ଜାଡେଜାଙ୍କୁ ସାର ବୋଲି ଡାକିଛନ୍ତି ଆଉ ଏକ ଟ୍ୱିଟରେ ଧୋନୀ କହିଥିଲେ, ଯେତେବେଳେ ଭଗବାନଙ୍କୁ ଲାଗିଲା ରାଜନୀକାନ୍ତ ସାର ବୁଢା ହେଉଛନ୍ତି ସେତେବେଳେ ସେ ଜାଡେଜାଙ୍କୁ ତିଆରି କରିଥିଲେ

Related posts

ପୁମାର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ

Odisha Sports Bureau

ଆଣ୍ଠୁ ରେ ଆହାତ ଲାଗିଥିବା ଯୋଗୁ ଦିନିକିଆ ବିଶ୍ୱକପରୁ ବାଦ ପଡିଲେ କେନ୍ ୱିଲିୟମସନ

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau