ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ୮ ଅକ୍ଟୋବରରୁ ଆରମ୍ଭ ହେବ ବିଶ୍ବକପ । ଏହି କ୍ରମରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭିନ୍ନ ଶୈଳୀରେ ଟ୍ରଫିର ଅନାବରଣ କରିଛି। ବିସିସିଆଇ ସଂପାଦକ ଜୟ ଶାହ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ବିଶ୍ଵକପ୍ର ଟ୍ରଫିକୁ ମହାକାଶରେ ଅନାବରଣ କରାଯାଇଛି। ସେ ସୂଚନା ଦେଇଛନ୍ତି ଯେ ପ୍ରଥମ ଥର କୌଣସି ଖେଳର ଟ୍ରଫିକୁ ମହାକାଶକୁ ପଠାଯାଇଛି ଏବଂ ସେଠାରେ ଏହାର ଅନାବରଣ କରାଯାଇଛି।
ବିଶ୍ଵକପ୍ ୨୦୨୩ର ଏହି ଟ୍ରଫିକୁ ମହାକାଶକୁ ଜୁନ ୨୪ରେ ସ୍ପେସ ଅଫିସକୁ ପଠାଯାଇଥିଲା। ଟ୍ରଫିର ଅନାବରଣ ୧ ଲକ୍ଷ ୨୦ ହଜାର ଫୁଟ୍ ଉଚ୍ଚତାରେ କରାଯାଇଛି, ଯେଉଁଠି ତାପମାତ୍ରା ୬୫ ଡିଗ୍ରୀ ରହିଥିଲା। ମହାକାଶରୁ ଫେରିବା ପରେ ଟ୍ରଫିକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅବତରଣ କରାଯାଇଛି।
An out-of-this-world moment for the cricketing world as the #CWC23 trophy unveiled in space. Marks a milestone of being one of the first official sporting trophies to be sent to space. Indeed a galactic start for the ICC Men's Cricket World Cup Trophy Tour in India. @BCCI @ICC… pic.twitter.com/wNZU6ByRI5
— Jay Shah (@JayShah) June 26, 2023
ବିସିସିଆଇ ସଂପାଦକ ଜୟ ଶାହ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି, କ୍ରିକେଟ୍ ଜଗତ ପାଇଁ ଏହା ଏକ ବିରଳ ଦୃଶ୍ୟ ଯେତେବେଳେ କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଟ୍ରଫିର ମହାକାଶବରେ ଅନାବରଣ କରାଗଲା। ବାସ୍ତବରେ ଭାରତରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଟ୍ରଫି ଅଭିଯାନର ଦମଦାର ଆରମ୍ଭ।
ଚଳିତ ବର୍ଷ ଅକ୍ଟୋବରରେ ବିଶ୍ଵକପ୍ ୨୦୨୩ର ଆୟୋଜନ ହେବ। ଆଜି ବିଶ୍ଵକପ୍ର କାର୍ୟ୍ୟସୂଚୀ ଜାରି କରିଛି ବିସିସିଆଇ। ସେହିପରି ଆଇସିସି ପୁରୁଷ ବିଶ୍ଵକପ୍ ଟ୍ରଫି କୁଏତ, ବାହାରିନ, ମାଲେସିଆ, ଆମେରିକା, ନାଇଜେରିଆ, ୟୁଗାଣ୍ଡା, ଫ୍ରାନ୍ସ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ ଆୟୋଜକ ଭାରତ ସହିତ ସମଗ୍ର ଦୁନିଆର ୧୮ ଦେଶ ଯାତ୍ରା କରିବ।
