ଲଣ୍ଡନ: ଓଭାଲଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ । ଟେଷ୍ଟ କ୍ରିକେଟ ଚମ୍ପିୟାନ ସିପ ଟୁର୍ନାମେଣ୍ଟ ରେ ଓଡ଼ିଶାର ବାଲେଶ୍ୱର ବାହାନାଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହା ପରେ ଭାରତୀୟ ଦଳର ଖେଳାଳିମାନେ ନିଜ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇ ଥିଲେ ।ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଅଷ୍ଟ୍ରେଲିଆ ଦଳ୨୧.୧ ଓଭରରେ ଦୁଇଟି ଓ୍ବିକେଟ ହରାଇ ୭୨ ରନ କରିଛି ।