Cricket

ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ

ମଣିଷର ଭାଗ୍ୟ କେତେବେଳେ କହାକୁ କେଉଁଠି ପହଞ୍ଚାଇ ଦେବ ତହା କହି ହେବନି । ସମ୍ବାଇ ରାସ୍ତାରେ ଗୁପଚୁପ ବିକୁଥିବା ସାଧାରଣ ପିଲା ଆଜି ଭାରତର ଷ୍ଟାର ବ୍ୟାଟର । ତେବେ ଯଶସ୍ୱୀ ଜୟସୱାଲ  ଡେବ୍ୟୁ ମ୍ୟାଚରେ ୧୭୧ ରନ କରି ରେକର୍ଡ କରିଛନ୍ତି  । ଡୋମିନିକରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ନିଜର ସ୍ୱପ୍ନ ପୂରଣ କରିଛନ୍ତି । ପ୍ରଥମ ମ୍ୟାଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯଶସ୍ୱୀ ଡେବ୍ୟୁ ମ୍ୟାଚରେ ଶତକ ମାରିବା ପରେ ପ୍ରଥମେ ନିଜ ବାପାଙ୍କୁ କଲ କରିଥିଲେ । ବାପାଙ୍କୁ ଭିଡିଓ କଲ୍ କରି ବହୁତ କାନ୍ଦିଥିଲେ, ଆଉ କହିଥିଲେ ବାପା ଆପଣ ଏବେ ଖୁସି ତ । ଭାରତୀୟ ସମୟ ଅନୁସାରେ ଭୋର ୪.୩୦ ସମୟରେ ବାପାଙ୍କୁ ଭିଡିଓ କଲ୍ କରିଥିଲେ । ପୁଅର କାନ୍ଦ ଦେଖି ବାପା ମଧ୍ୟ ସହିପାରିନଥିଲେ । ଯଶସ୍ୱୀଙ୍କ ବାପା ମଧ୍ୟ ବହୁତ କାନ୍ଦିଥିଲେ ।
 ଏହାକୁ ନେଇ ଯଶ୍ୱସୀଙ୍କ ବାପା କହିଥିଲେ, ଶତକ ମାରିବା ପରେ ମୋ ପୁଅ କଲ କରିଥିଲା । କଲ କରି କାନ୍ଦିଥିଲା କାନ୍ଦିବା ତାର କାନ୍ଦ ଦେଖି ମୁଁ ସହିପାରିଲି ନାହିଁ ମୁ ମଧ୍ୟ କାନ୍ଦି ପକାଇଥିଲି । ଆଉ ମୋତେ ମୋ ଖୁସି ବିଷୟରେ ପଚାରିଥିଲା । ବିଦେଶ ମାଟିରେ ଡେବ୍ୟୁ ମ୍ୟାଚରେ ଏତେ ବଡ ସ୍କୋର କରିଥିବା ପ୍ରଥମ ଭାରତୀୟ ହେଲେ ଯଶସ୍ୱୀ । ଏହାସହିତ ଡେବ୍ୟୁ ମ୍ୟାଚରେ ୧୫୦ ରନରୁ ଅଧିକ ରନ୍ କରିଥିବା ତୃତୀୟ ଖେଳାଳି ହେଉଛି ଯଶସ୍ୱୀ । ଯଶସ୍ୱୀଙ୍କ ଏଭଳି ରେକର୍ଡ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ଆଓ୍ଵାର୍ଡ ମିଳିଥିଲା । ଡେବ୍ୟୁ ମ୍ୟାଚରେ ଏହି ଆଓ୍ଵାର୍ଡ ଜିତିବାରେ ଯଶସ୍ୱୀ ହେଉଛନ୍ତି ୮ମ ଭାରତୀୟ । ଭାରତ –ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସ ଏବଂ ୧୪୧ ରନରେ ଭାରତ ଜିତିଛି । ମାତ୍ର ୩ ଦିନରେ ଟେଷ୍ଟ ଖେଳ ଶେଷ ହୋଇଛି । ଯଶସ୍ୱୀ ଜୟସଓ୍ଵାଲ ଏବଂ ଅଶ୍ୱିନଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି ।

Related posts

ବିଶ୍ୱକପ୍ ପାଇଁ ସଜବାଜ ହେଉଛି ଦିଲ୍ଲୀ ଷ୍ଟାଡିୟମ

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

Odisha Sports Bureau

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau