Cricket

ଅନିଶ୍ଚିତତାରେ ବାରବାଟୀ ମ୍ୟାଚ

(ଓଡିଶା ସ୍ପୋର୍ଟସ ): ବାରବାଟୀରେ ହୋଇନପାରେ ଭାରତ-ଇଣ୍ଡିଜ ମ୍ୟାଚ । ବାତ୍ୟା ଫନିରେ ବାରବାଟୀ ଷ୍ଟାଡ଼ିୟମ କ୍ଷତିଗସ୍ତ ହୋଇଥିବା କାରଣରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍ ହେବାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଡିସେମ୍ବର ୨୨ରେ ବାରବାଟୀରେ ହେବାର ଥିଲା। ଆଜି ଓସିଏର ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ମ୍ୟାଚ୍ ଆୟୋଜନ ନେଇ ଆ ଲୋଚନା ହୋଇଥିଲା।
ବୈଠକ ପରେ ନୂତନ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ବାତ୍ୟା ଯୋଗୁଁ ଷ୍ଟାଡ଼ିୟମ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି। ବିସିସିଆଇଠୁ ଆର୍ଥିକ ସହାୟତ ମିଳିବା ପରେ ଷ୍ଟାଡିୟମର ମରାମତି ହେବ। ଏନେଇ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛୁ ଏବଂ ଆର୍ଥିକ ସହାୟତା ମାଗିଛୁ। ଷ୍ଟାଡିୟମ ସଂପୂର୍ଣ୍ଣ ମରାମତି ପରେ ହିଁ ମ୍ୟାଚ୍ ହୋଇ ପାରିବ ବୋଲି ସମ୍ପାଦକ କହିଛନ୍ତି।
କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ।

Related posts

ପ୍ରକାଶ ପାଇଲା ଏସିଆ କପ ଖେଳସୂଚୀ

Odisha Sports Bureau

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଏକ ୩ ଜଣିଆ କମିଟି ଗଠନ

ଭାରତୀୟ ଟିମକୁ ଏବେ ମିଳିଛି ନୂଆ ବୋଲିଂ କୋଚ

Odisha Sports Bureau