Cricket

ଅଲରାଉଣ୍ଡର କୈଲିସଙ୍କ ପରି ଖେଳାଳି ଅଦ୍ୱିତୀୟ

(ଓଡିଶା ସ୍ପୋର୍ଟସ ): ଭୁବନେଶ୍ୱର: ଜେକ୍ସ କୈଲିସ, ଏମିତି ଜେଣ କ୍ରିକେଟ ଖେଳାଳି, ଯିଏ ଉଭୟ ବଲ ବାଟରେ ବିରୋଧୀଙ୍କ ଉପରେ ତୁଫାନ ହୋଇ ଆକ୍ରମଣ କରୁଥିଲେ । ଯେଉଁ ସମୟରେ ଦକ୍ଷିଣ ଅ।।ଫ୍ରିକାର ଟିମ ନିଜ ପୁରା ଫର୍ମରେ ଥିଲା, ସେତେବେଳେ କୈଲିସ ତାର ମଙ୍ଗ ଧରିଥିଲେ । ୧୬ ଅକ୍ଟୋବର ୧୯୭୫ରେ ଜନ୍ମିତ ଏହି ୪୪ ବର୍ଷୀୟ ଏହି କ୍ରିକେଟର ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆସନ୍ତୁ ତାଙ୍କ ସମ୍ପର୍କରେ ଥିବା କିଛି ରହସ୍ୟ ଉପରୁ ପରଦା ଉଠାଇବା ।
କୈଲିସ ତାଙ୍କ ପିତାଙ୍କର ଅତି ଅନ୍ତରଙ୍ଗ ଥିଲେ । ତେଣୁ ଏମିତି ଏକ ସମୟ ଥିଲା ସେ କ୍ରିକେଟଠାରୁ ଦୂରେଇ ଯାଇଥିଲେ । କୈଲିସଙ୍କ ପିତା କର୍କଟ ରୋଗରେ ପୀଡିତ ଥିଲେ । ତେଣୁ ସେ ତାଙ୍କ ଭବିଷ୍ୟତକୁ ପଛରେ ପକାଇ ପୁତ୍ର ଧର୍ମ ନିର୍ବାହ କରିଥିଲେ । କିନ୍ତୁ ସେ ପିତାଙ୍କୁ ବଞ୍ଚାଇ ପାରି ନ ଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ୬୫ ବର୍ଷ ବୟସରଙ୍କ ହୋଇଥିଲା । ଏହାପରେ କୈଲିସ ତାଙ୍କ ଜର୍ଶିର ନମ୍ବରକୁ ବଦଳାଇ ୬୫ କରିଥିଲେ । ନିଜର ସ୍ଥିରତା ପାଇଁ ପରିଚିତ ଥିଲେ କୈଲିସ । ସେ ଥରେ କ୍ରିଜରେ ଠାକିଗଲେ ତାଙ୍କୁ ଆଉଟ କରିବା ବିପକ୍ଷଙ୍କ ପାଇଁ ନାକେଦମ ହେଉଥିଲା । ଟେଷ୍ଟ କ୍ୟାରିୟରରୁ ଖେଳ ଆରମ୍ଭ କରିଥିବା କୈଳିସ ସବୁ ଫର୍ମାଟରେ ବାଦସାହ ଥିଲେ । ୫୧୯, ମ୍ୟାଚରେ ସେ ୨୫ ହଜାରରୁ ଅଧିକ ରନ ଓ ୫୭୭ ୱିକେଟ ନେଇଛନ୍ତି । ୫୭୭ ୱିକେଟରୁ ପ୍ରାୟ ୩୫୦ଟି କ୍ୟାଚ ରହିଛି । ତାଙ୍କପରି ଖେଳାଳି ମିଳିବା ଅସମ୍ଭବ କହିଲେ ଭୁଲ ହେବ ନାହିଁ ।

Related posts

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau

ଧୋନି ଆଗକୁ ଆଇପିଏଲ ଖେଳିବେ କି ନାହିଁ ଡିସେମ୍ବରରେ ନେବେ ନିସ୍ପତି