(ଓଡ଼ିଶା ସ୍ପୋର୍ଟସ ): ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିପକ୍ଷ ବିଶିଷ୍ଠ ୱାନଡ଼େ ସିରିଜରୁ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ ରିଚାର୍ଡ଼ସନଙ୍କୁ ବାଦ ଦିଆଯାଇଛି । ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ଆଜି ଠାରୁ ଆରମ୍ଭ ହୋଇଥିବା ସିରିଜରୁ ତାଙ୍କୁ ବାଦ ଦିଆଯାଇଛି ।
ରିଚାର୍ଡ଼ସନ ପ୍ରଥମେ ମ୍ୟାଚ ପୂର୍ବରୁ ଅସୁସ୍ଥତା ବିଷୟରେ ଜଣାଇଥିଲେ । ଅଷ୍ଟ୍ରେଲିୟ ଦଳର ଡ଼ାକ୍ତରୀ କର୍ମଚାରୀମାନେ ତାଙ୍କର କରୋନା ଭାଇରସ ପରୀକ୍ଷା କରିଥିଲେ । ଯାହାର ଫଳାଫଳ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କ୍ରିକେଟ ଡ଼ଟ କମ ଅଷ୍ଟ୍ରେଲିୟ ଦଳର ମୁଖପାତ୍ରଙ୍କ ଉଦେ୍ଧଶ୍ୟରେ କହିଛି ଯେ ଆମେ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଛୁ ।
ଆଗାମୀ କିଛି ଦିନ ଭିତରେ କେନ ସଂପୂର୍ଣ୍ଣ ସୁସ୍ଥ ହୋଇ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଅଷ୍ଟ୍ରେଲିଆର କ୍ରିକେଟ ସିଏ ପୂର୍ବରୁ ଘୋଷଣା କରିଛି ଯେ ଚାପେଲ ହାଡ଼ଲେ ସିରିଜ ଦର୍ଶକଙ୍କ ବିନା ଖାଲି ଷ୍ଟ।।ଡ଼ିୟମରେ ଅନୁଷ୍ଠିତ ହେବ । ଏପରିକି ଦକ୍ଷିଣ ଆଫ୍ରିକାର ମହିଳା ଦଳ ଗସ୍ତକୁ ମଧ୍ୟ ବାତିଲ କରିଦିଆଯାଇଛି ।