Cricket

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବାରମ୍ବାର ଦୁର୍ଘଟଣା ଯୋଗୁଁ ଚାଲିଯାଉଛି ମୂଲ୍ୟବାନ ଜୀବନ । କାରଣ ବେପୁରିଆ ଗାଡି ଚାଳନା ହିଁ ମୁଖ୍ୟତୀ ଦାୟୀ । ଯେତେ ସଚେତନ କରାଯାଉଥିଲେ ମଧ୍ୟ ଲୋକମାନଙ୍କର ଖାମଖିଆଲ ମନୋଭାବ ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାମାନ୍ୟ ଟିକେ ନଜର ହଟିଲେ ଘଟିପାରେ ଦୁର୍ଘଟଣା । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ସଚେତନତାମୂଳକ ଟୁଇଟ କରିଛନ୍ତି ।ଯେଉଁଥିରେ ୨୦୨୩ ଆଇପିଏଲ ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଷ୍ଟମ୍ପିଂ ଭିଡିଓକୁ ସେୟାର କରାଯାଇଛି । ଟୁଇଟର ସିରୋନାମା ରଖାଯାଇଛି ‘ନଜର ହଟିିଲା, ଦୁର୍ଘଟଣା ଘଟିଲା’ । ଆଇପିଏଲ ଫାଇନାଲ ମ୍ୟାଚରେ ମାତ୍ର ୦.୧ ସେକେଣ୍ଡରେ ଷ୍ଟମ୍ପି କରି ଶୁଭମନ ଗିଲଙ୍କୁ ପାଭିଲିଅନ ପଠାଇ ଦେଇଥିଲେ । ଆଇପିଏଲର ଏହି ଆଉଟ ସହ ଦୁର୍ଘଟଣାକୁ ତୁଳନା କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲୋକଙ୍କୁ ଚେତାଇ ଦେଇଛନ୍ତି ।

Related posts

ଆଜିଠୁ ଦିନିକିଆ କ୍ରିକେଟ୍ ମହାସମର, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା

Odisha Sports Bureau

ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆ ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ

Odisha Sports Bureau

ବୋଲିଂନୁହେଁ ବ୍ୟାଟିଂରେ ହଇଚଇ ସୃଷ୍ଟି କରୁଛନ୍ତି ଅକ୍ଷର ପଟେଲ

Odisha Sports Bureau