Cricket

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବାରମ୍ବାର ଦୁର୍ଘଟଣା ଯୋଗୁଁ ଚାଲିଯାଉଛି ମୂଲ୍ୟବାନ ଜୀବନ । କାରଣ ବେପୁରିଆ ଗାଡି ଚାଳନା ହିଁ ମୁଖ୍ୟତୀ ଦାୟୀ । ଯେତେ ସଚେତନ କରାଯାଉଥିଲେ ମଧ୍ୟ ଲୋକମାନଙ୍କର ଖାମଖିଆଲ ମନୋଭାବ ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାମାନ୍ୟ ଟିକେ ନଜର ହଟିଲେ ଘଟିପାରେ ଦୁର୍ଘଟଣା । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ସଚେତନତାମୂଳକ ଟୁଇଟ କରିଛନ୍ତି ।ଯେଉଁଥିରେ ୨୦୨୩ ଆଇପିଏଲ ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଷ୍ଟମ୍ପିଂ ଭିଡିଓକୁ ସେୟାର କରାଯାଇଛି । ଟୁଇଟର ସିରୋନାମା ରଖାଯାଇଛି ‘ନଜର ହଟିିଲା, ଦୁର୍ଘଟଣା ଘଟିଲା’ । ଆଇପିଏଲ ଫାଇନାଲ ମ୍ୟାଚରେ ମାତ୍ର ୦.୧ ସେକେଣ୍ଡରେ ଷ୍ଟମ୍ପି କରି ଶୁଭମନ ଗିଲଙ୍କୁ ପାଭିଲିଅନ ପଠାଇ ଦେଇଥିଲେ । ଆଇପିଏଲର ଏହି ଆଉଟ ସହ ଦୁର୍ଘଟଣାକୁ ତୁଳନା କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲୋକଙ୍କୁ ଚେତାଇ ଦେଇଛନ୍ତି ।

Related posts

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau

କ୍ୟାନସରାରେ ପିଡିତ ଥିଲେ ଦେଡରାଣୀ ଦୂତି ଚାନ୍ଦ

Odisha Sports Bureau