Cricket

ଆଇପିଏଲ ମ୍ୟାଚ ପୂର୍ବରୁ ଆରସିବିର ଟ୍ରେନିଂ କ୍ୟାମ୍ଫ

(ଓଡ଼ିଶା ସ୍ପୋର୍ଟ):  ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏଥିଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୭ ଦିନ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବ। ଏ ନେଇ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍ କ୍ରିକେଟ ମାଇକ୍ ହେସନ ସୋମବାର ସ୍ପଷ୍ଟ କରିଛନ୍ତି। ପ୍ରାୟ ଅନ୍ତର୍ଜାତୀୟ ଓ ଘରୋଇ ଖେଳାଳିମାନେ ନିଜ ଚୁକ୍ତି ଶେଷ କରିବା ପରେ ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ଆରସିବି ୩୧ ମାର୍ଚ୍ଚରେ ତା’ର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ସହ ଖେଳିବ। ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଆରସିବି କ୍ରିସ ମୋରିସ (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ), କେନ ରିଚାର୍ଡସନ (ଅଷ୍ଟ୍ରେଲିଆ), ଡେଲ ଷ୍ଟେଇନ (ଦକ୍ଷିଣ ଆଫ୍ରିକା), ଇସୁରୁ ଉଡାନା (ଶ୍ରୀଲଙ୍କା), ଶାହବାବଜ ଅହମ୍ମଦ, ଜୋଶୁଆ ଫିଲପ (ଅଷ୍ଟ୍ରେଲିଆ) ଓ ପବନ ଦେଶପାଣ୍ଡେଙ୍କୁ କିଣିଛି।

Related posts

୮ ବର୍ଷ ଜେଲ ପରେ ସନ୍ଦୀପ ଲାମିଛାନେଙ୍କୁ ଦ୍ୱିତୀୟ ଝଟକା; ବର୍ତ୍ତମାନ ନେପାଳ କ୍ରିକେଟ୍ ନିଲମ୍ବିତ କରିଛି

Odisha Sports Bureau

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

Odisha Sports Bureau