Cricket

ଆଇସିସି ଓ ଓପୋ ମଧ୍ୟରେ ପାର୍ଟନରସିପ ବୃଦ୍ଧି

(ଓଡ଼ିଶା ସ୍ପୋର୍ଟସ ): ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସହ ସ୍ମାର୍ଟଫୋନ୍ କମ୍ପାନୀ ଓପୋ ତା’ର ପାର୍ଟନରଶିପକୁ ଆଉ ଚାରିବର୍ଷ ବଢ଼ାଇବାକୁ ଘୋଷଣା କରିଛି । ଯାହା ସେପ୍ଟେମ୍ବର ୨୦୨୩ ପର୍ୟ୍ୟନ୍ତ ଜାରି ରହିବ। ଏଥିସହ ଓପୋ ଆଇସିସି ଏବଂ ଏହା ସହ ଜଡ଼ିତ ଆଇସିସି ଇଭେଣ୍ଟର ଅଫିସିଆଲ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ହେଡସେଟର ପାର୍ଟନରଶିପ୍ ରହିବ।
ଏହି ଇଭେଣ୍ଟ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଆସନ୍ତାବର୍ଷ ଜାନୁଆରୀରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଏବଂ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ମଧ୍ୟ ସାମିଲ୍ ଅଛି।
ଆଇସିସିର ମୁଖ୍ୟ କାର୍ୟ୍ୟକାରୀ ମନୁ ସାହନୀ କହିଛନ୍ତି, ଓପୋ ଆଇସିସି ଏବଂ ତା’ର ସମସ୍ତ ଇଭେଣ୍ଟର ଗ୍ଲୋବାଲ୍ ପାର୍ଟନର୍ ହେବା ନେଇ ଆମେ ବହୁତ ଖୁସି। ସୂଚନାଯୋଗ୍ୟ, ୨୦୧୫ରେ ଆଇସିସି ଓପୋ ସହ ୪ ବର୍ଷିୟା ଗ୍ଲୋବାଲ ପାର୍ଟନରଶିପ୍ ନେଇ ଘୋଷଣା କରିଥିଲା।

Related posts

ୱେଷ୍ଟଇଣ୍ଡିଜର ଏହି ୩ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ହୋଇପାରନ୍ତି ଘାତକ; ଜାଣନ୍ତୁ କିଏ?

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

Odisha Sports Bureau

ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ଖବରରେ ସତ୍ୟତା ନାହିଁ : ବିସିସିଆଇ