Cricket

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆରମ୍ଭ ହେବ। ପ୍ରଥମ ଦିବସରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ମ୍ୟାଚ୍ ପାଇଁ କାର୍ୟ୍ୟସୂଚୀ ରହିଛି। ତେବେ ଅଦିନିଆ ବର୍ଷା ସହିତ ଖରାପ ଆଲୋକ ଯୋଗୁଁ ଏହି ମ୍ୟାଚ୍ ଖେଳାଯିବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଉଟଫିଲ୍ଡରେ ପାଣି ଜମି ରହିଥିବା ବେଳେ ପିଚ୍କୁ ଘୋଡାଇ ରଖାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ନିମନ୍ତେ ଆସିଥିଲେ। ହେଲେ ପାଗ ଖରାପ ରହିବା ଫଳରେ ଉଭୟ ଦଳର ଖେଳାଳି ଅଭ୍ୟାସ ଠିକ ଭାବେ କରି ପାରି ନାହାନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଦଳ ଓ ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି ଦଳ ଦିନ ୧୧ଟାରେ ପହଞ୍ଚିଥିଲେ। ହରମନପ୍ରୀତଙ୍କ ଦଳ ପ୍ରଥମେ ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ପରେ ସ୍ମୃତି ମାନ୍ଧାନାଙ୍କ ଦଳ ଅଭ୍ୟାସ କରିଥିଲା। ସ୍ମୃତିଙ୍କ ଦଳରେ ଓଡ଼ିଆ ଖେଳାଳି ସୁଶ୍ରୀ ଦିବଦର୍ଶିନୀ ରହିଛନ୍ତି। ଅଭ୍ୟାସ କରି ନପାରି ୨ଟି ଯାକ ଦଳ କେବଳ ଓ୍ବାର୍ମଅପ୍ କରି ଦିନ ପ୍ରାୟ ୨ଟା ବେଳେ ପ୍ରତ୍ୟାବର୍ତ୍ତନ କରିଥିଲେ।

Related posts

ଟି-୨୦ ପୁରୁଷ ବିଶ୍ୱକପ ୨୦୨୦ ପାଇଁ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

କୋଲକାତା ଜିତିଲା ଗତ କାଲି ମ୍ୟାଚରେ