Cricket

ଇଂଲଣ୍ଡ ଦଳରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ

(ଓଡ଼ିଶା ସ୍ପୋର୍ଟ): ଆଜି ଇଂଲଣ୍ଡ ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ । ଆହତ ଯୋଗୁ ଆଶେସ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟିକିଆ ମ୍ୟାଚ୍ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ୧୭ ଜଣିଆ ସ୍କ୍ୱାଡ୍ରେ ଆଣ୍ଡରସନଙ୍କ ନାଁ ରହିଛି। ଡିସେମ୍ବର ୨୬ରୁ ହିଁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଇଂଲଣ୍ଡ ପାଇଁ ୫୭୫ଟି ୱିକେଟ ନେଇଥିବା ଆଣ୍ଡରସନ୍ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ପୂରା ସିରିଜରୁ ସେ ବାଦ ପଡ଼ିଥିଲେ। ଆଣ୍ଡରସନଙ୍କ ବ୍ୟତୀତ ମାର୍କ ଉଡ ଓ ଜନ୍ନି ବେୟାରଷ୍ଟୋ ମଧ୍ୟ ଇଂଲଣ୍ଡର ସ୍କ୍ୱାଡକୁ ଫେରିଛନ୍ତି।

ତେବେ ଅନ୍ୟତମ ଦ୍ରୁତ ବୋଲର ସାକିବ ମେହମ୍ମୁଦଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମୋଇନ ଅଲୀ କମବ୍ୟାକ କରିବେ ବୋଲି କୁହାଯାଉ ଥିଲା। ହେଲେ ୧୭ ଜଣିଆ ତାଲିକାରେ ତାଙ୍କ ନାଁ ନାହିଁ।

Related posts

ଆଡିଲେଡ ଟେଷ୍ଟ: ପରାଜୟ ହାସଲା କଲା ଟିମ ଇଣ୍ଡିଆ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?

ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା , ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

Odisha Sports Bureau