Football

ଇଣ୍ଡିଆନ ସୁପର ଲିଗରେ ହାଇଦରାବାଦକୁ ୧-୦ରେ ପରାସ୍ତ କଲା ଗୋଆ

(ଓଡିଶା ସ୍ପୋର୍ଟସ): ଦ୍ୱିତୀୟ ହାଫରେ ମନବୀର ସିଂ ପଡିଆରେ ପାଦ ରଖିବାର କିଛି ସମୟ ପରେ ଗୋଲ୍ କରିଥିଲେ ଯାହା ସାହାଯ୍ୟରେ ଏଫସି ଗୋଆ ରବିବାର ଦିନ ହୀରୋ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍) ମ୍ୟାଚରେ ହାଇଦରାବାଦ ଏଫସିକୁ ୧-୦ରେ ପରାସ୍ତ କରିଥିଲା । ଜିଏମସି ବାଲୟୋଗି ଆଥଲେଟିକ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ହାଇଦରାବାଦ ପ୍ରଥମ ହାପରେ ପ୍ରଭାବଶାଳୀ ରହିଥିଲା କିନ୍ତୁ ମନବୀର ୬୮ତମ ମିନିଟରେ ଗୋଲ କରି ଗୋଆର ଖାତା ଖୋଲିଥିଲେ ଯାହା ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ମନବୀରଙ୍କୁ ୬୨ତମ ମିନିଟରେ ସ୍ଥାନାପତ୍ର ରୂପରେ ମଇଦାନକୁ ଓହ୍ଲାଯାଇଥିଲା । ଏହି ବିଜୟ ପରେ ଗୋଆ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଗୋଆର ଏହା ତୃତୀୟ ବିଜୟ ଅଟେ । ଏଫସି ଗୋଆର ଚିଙ୍ଗଲେନସାନା ସିଂହଙ୍କୁ ପ୍ଲେଅର ଅଫ୍ ଦ ମ୍ୟାଚ ଆୱାର୍ଡ ଏବଂ ଏମର୍ଜିଙ୍ଗ ପ୍ଲେଅର ଆଶିଷ ରାୟଙ୍କୁ ଦିଆଯାଇଛି ।

Related posts

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

Odisha Sports Bureau

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

Odisha Sports Bureau

ବ୍ରାଜିଲ – ଆର୍ଜେଣ୍ଟିନା ଫୁଟବଲ ମ୍ୟାଚରେ ଦର୍ଶକ ପିଟାପିଟି , ଖେଳିବେନି କହିଲେ ଦର୍ଶକ

Odisha Sports Bureau