Football

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

(ଓଡିଶା ସ୍ପୋର୍ଟସ): ସିଦ୍ଧାର୍ଥଙ୍କ ଦୁଇଟି ଗୋଲ ସାହାଯ୍ୟରେ ଭାରତ ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ କ୍ୱାଲିଫାୟାରର ପ୍ରଥମ ମ୍ୟାଚରେ ତୁର୍କମେନୀସ୍ତାନଙ୍କୁ ୫-୦ ଗୋଲରେ ପରାସ୍ତ କରିଛି । ସିର୍ଦ୍ଧାର୍ଥଙ୍କ ସହିତ ଶୁଭ ପାଲ, ତୈସନ ସିଂହ ଏବଂ ହିମାଂଶୁ ଜାଙ୍ଗଡା ମଧ୍ୟ ଗୋଲ କରିଥିଲେ । ଭାରତ ମ୍ୟାଚ୍ ଆରମ୍ଭରୁ ଚାପ ସୃଷ୍ଟି କରିଦେଇଥିଲା, ଏହା ଖେଳ ଶେଷ ହେବା ପର୍ଯ୍ୟନ୍ତ ରହିଥିଲା । ପ୍ରଥମ ହାପ୍ ରେ ପାଲ ଭାରତକୁ ଆଗକୁ ବଢାଇଥିଲେ । ତୁର୍କମେନିସ୍ତାନଙ୍କ ବହୁ ଚେଷ୍ଟାକୁ ଭାରତୀୟ ମିଡଫିଲ୍ଡର ୟୋଇହେନବା ଏବଂ ସିବାଜିତ ଏହାକୁ ସଫଳ କରିବାକୁ ଦେଇ ନ ଥିଲେ । ହାପ୍ ଟାଇମ୍ ପର୍ଯ୍ୟନ୍ତ ସ୍କୋର ଥିଲା ୨-୦ ଏବଂ ଦ୍ୱିତୀୟ ହାପ୍ ରେ ତିନୋଟି ଗୋଲ ହୋଇଥିଲା ।

Related posts

ମୁହାଁମୁହିଁ ହେବେ ବ୍ରାଜିଲ ଆର୍ଜେଣ୍ଟିନା

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

Odisha Sports Bureau