Football

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

(ଓଡିଶା ସ୍ପୋର୍ଟସ): ସିଦ୍ଧାର୍ଥଙ୍କ ଦୁଇଟି ଗୋଲ ସାହାଯ୍ୟରେ ଭାରତ ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ କ୍ୱାଲିଫାୟାରର ପ୍ରଥମ ମ୍ୟାଚରେ ତୁର୍କମେନୀସ୍ତାନଙ୍କୁ ୫-୦ ଗୋଲରେ ପରାସ୍ତ କରିଛି । ସିର୍ଦ୍ଧାର୍ଥଙ୍କ ସହିତ ଶୁଭ ପାଲ, ତୈସନ ସିଂହ ଏବଂ ହିମାଂଶୁ ଜାଙ୍ଗଡା ମଧ୍ୟ ଗୋଲ କରିଥିଲେ । ଭାରତ ମ୍ୟାଚ୍ ଆରମ୍ଭରୁ ଚାପ ସୃଷ୍ଟି କରିଦେଇଥିଲା, ଏହା ଖେଳ ଶେଷ ହେବା ପର୍ଯ୍ୟନ୍ତ ରହିଥିଲା । ପ୍ରଥମ ହାପ୍ ରେ ପାଲ ଭାରତକୁ ଆଗକୁ ବଢାଇଥିଲେ । ତୁର୍କମେନିସ୍ତାନଙ୍କ ବହୁ ଚେଷ୍ଟାକୁ ଭାରତୀୟ ମିଡଫିଲ୍ଡର ୟୋଇହେନବା ଏବଂ ସିବାଜିତ ଏହାକୁ ସଫଳ କରିବାକୁ ଦେଇ ନ ଥିଲେ । ହାପ୍ ଟାଇମ୍ ପର୍ଯ୍ୟନ୍ତ ସ୍କୋର ଥିଲା ୨-୦ ଏବଂ ଦ୍ୱିତୀୟ ହାପ୍ ରେ ତିନୋଟି ଗୋଲ ହୋଇଥିଲା ।

Related posts

କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ

Odisha Sports Bureau

୫୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ସୌରଭ ଗାଙ୍ଗୁଲି

Odisha Sports Bureau

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ହିଁ ବଡ ହକି ଷ୍ଟାଡିୟମ: FIH ଅଧ୍ୟକ୍ଷ ତୟାବ ଇକ୍ରମ

Odisha Sports Bureau