More Sports

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

(ଓଡିଶା ସ୍ପୋର୍ଟ): କାତାରର ଦୋହାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ଚମ୍ପିଆନ୍ସିପର ୨ୟ ଦିନରେ ୧୦୦ ମିଟର ଦୌଡ଼ରେ ଭାରତକୁ ନିରାଶ କରିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ। ୨ୟ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସତ୍ତ୍ବେ ଫାଇନାଲରେ ଦେଶକୁ ନିରାଶ କଲେ ଦୂତି ଚାନ୍ଦ। ୧୦୦ ମିଟର ଫାଇନାଲରେ ୫ମ ସ୍ଥାନରେ ରହି ଦୂତି ପଦକରୁ ବଞ୍ଚିତ ହୋଇଛନ୍ତି। ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ କ୍ରମାଗତ ୨ୟ ଦିନରେ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିବା ଦୂତି ଫାଇନାଲରେ ଦୁର୍ବଳ ପ୍ରଦର୍ଶନ କରି ୧୧.୪୪ ସେକେଣ୍ଡ ସମୟ ନେଇ ରେସ୍ ଫିନିସ୍ କରିଥିଲେ। ଫଳରେ ଦୂତିଙ୍କୁ ୫ମ ସ୍ଥାନ ମିଳିଥିଲା।

ସେମିଫାଇନାଲରେ ଦୂତି ଚାନ୍ଦ ୨ୟ ଶ୍ରେଷ୍ଠ ଟାଇମିଂ ୧୧.୨୬ ସେକେଣ୍ଡ ହାସଲ କରିଥିବାରୁ ଫାଇନାଲରେ ଦୂତି ପଦକର ଦୃଢ଼ ଦାବିଦାର ହୋଇ ପାରିଥିଲେ। ତେବେ ଫାଇନାଲରେ ଦୂତି ହିଟ୍ସ ଓ ସେମିଫାଇନାଲରେ ଟାଇମିଂ ଦୋହରାଇ ପାରିନଥିଲେ। ଫାଇନାଲରେ ଭୁବନେଶ୍ବର ଏସୀୟ ଦୌଡ଼କୁଦ ଚମ୍ପିଆନ୍ସିପରେ ସ୍ବର୍ଣ୍ଣପଦକ ଜିତିଥିବା କାଜାଖ୍ସ୍ତାନର ଓଲ୍ଗା ସାଫ୍ରୋନୋଭା ୧୧.୧୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣପଦକ ଜିତିଛନ୍ତି। ତାଙ୍କ ପଛକୁ ଚୀନ୍ର ଲିଆଙ୍ଗ୍ ଜିଆଓଜିଙ୍ଗ୍ ୧୧.୨୮ ସେକେଣ୍ଡ ସମୟ ନେଇ ରୌପ୍ୟ ଜିତିଥିବା ବେଳେ ଚୀନ୍ର ୱେଇ ୟଙ୍ଗ୍ଲି ୧୧.୩୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍ପଦକ ଜିତିଛନ୍ତି।

ଆଗକୁ ଦୂତିଙ୍କୁ ଆହୁରି ୨ଟି ଇଭେଣ୍ଟରେ ଭାଗନେବାର ଅଛି। ଦୂତି ମହିଳା ୨୦୦ ମିଟର ଦୌଡ଼ ସହ ୪ ଗୁଣା ୧୦୦ ମିଟର ରିଲେରେ ଭାରତର ପ୍ରତିନିଧିତ୍ବ କରିବେ। ତେଣୁ ଆଶାରଖିବା ଯେ ଦୋହାରେ ଏହି ଓଡ଼ିଆ ଧାବିକା ଦେଶ ପାଇଁ ପଦକ ଜିତିବେ। ୨୦୧୭ ଏସୀୟ ଚମ୍ପିଆନ୍ସିପରେ ଦୂତି ବ୍ରୋଞ୍ଜ୍ପଦକ ଜିତିଥିଲେ।

Related posts

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau

ଏସିଆ ଖେଳର ଷ୍ଟାର ଏଥଲେଟିକ୍ ସୁଦ୍ଧାଙ୍କୁ ରେଳ ବିଭାଗରେ ପଦୋନ୍ନତୀ

Odisha Sports Bureau

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

Odisha Sports Bureau