More Sports

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

(ଓଡ଼ିଶା ସ୍ପୋର୍ଟ): ରବିବାର ଇଣ୍ଡୋନେସିଆର ବାଟାମରେ ଅନୁଷ୍ଠିତ ହୋଇଥିବା ଆଇଟିଟିଏଫ ଚ୍ୟାଲେଞ୍ଜର ଇଣ୍ଡୋନେସିଆ ଓପନ୍ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛନ୍ତି ଭାରତର ହରମୀତ ଦେଶାଇ । ଫାଇନାଲରେ ସେ ନିଜ ଦେଶର ଅମଲରାଜ ଆନ୍ଥୋନୀଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ଅଲ୍ ଇଣ୍ଡିଆନ୍ ଫାଇନାଲରେ ବିଶ୍ୱର ୧୦୪ ନମ୍ବର ଖେଳାଳି ହରମୀତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅମଲରାଜଙ୍କୁ ୧୧-୯, ୯-୧୧, ୧୧-୯, ୧୦-୧୨, ୧୧-୯ ଗେମରେ ହରାଇ ଟାଇଟଲ୍ ଜିତିଛନ୍ତି।

୨୦୧୯ରେ ହରମୀତଙ୍କର ଏହା ୨ୟ ଅନ୍ତର୍ଜାତୀୟ ଟାଇଟଲ୍। ହରମୀତ୍ ଓ ଅମଲରାଜ ଏହା ପୂର୍ବରୁ ପୁରୁଷ ଡବଲ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। ଭାରତୀୟ ଯୋଡ଼ି ସେମିଡ଼ାଇନାଲରେ ମ୍ୟାନ୍ ହୋ କ୍ୱାନ୍ ଓ ସ୍ୟୁ ହାଙ୍ଗ ଲାମଙ୍କ ଯୋଡ଼ିଙ୍କଠାରୁ ୦-୩ (୭-୧୧, ୯-୧୧, ୯-୧୧)ରେ ପରାସ୍ତ ହୋଇଥିଲେ।

Related posts

ଦକ୍ଷିଣ ଏସିଆନ ଗେମ୍ସ: ସୁଇମିଂରେ ୭ଟି ସ୍ୱର୍ଣ୍ଣ

Odisha Sports Bureau

ଓଡ଼ିଶାକୁ ଚେସରେ ସ୍ୱର୍ଣ୍ଣ ଓ ସନ୍ତରଣରେ ରୌପ୍ୟ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି