Cricket

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

(ଓଡିଶାସ୍ପୋର୍ଟସ୍): ଟି୨୦ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ନିଜ ଟ୍ୱିଟରରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ସେ କେବଳ ଦଳ ପାଇଁ ନୁହେଁ ଦେଶ ପାଇଁ ପଡିଆକୁ ଓହ୍ଲାଇଥାନ୍ତି ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଭାରତୀୟ ଦଳର ବିଶ୍ୱକପରେ ୫ଟି ଶତକ ଅର୍ଜନ କରିଥିବା ରୋହିତଙ୍କ ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି । ସେ ବହୁ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତିି ।
ଇଣ୍ଡିଜ ବିରୋଧରେ ଟି୨୦ ସିରିଜ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆ ଆମେରିକାରେ ପହଁଚିଛି । ଆସନ୍ତା ୩ ତାରିଖରେ ଦଳ ପ୍ରଥମ ମ୍ୟାଚ ଖେଳିବ । ଏହି ମ୍ୟାଚ ପୂର୍ବରୁ ନିକଟରେ ବିରାଟ କୋହଲି ଓ ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଖବର ମିଳିଥିଲା । ଏହି ଖବର ଆସିବା ପରେ ରୋହିତ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛନ୍ତି । ଏହା ସହ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଖଣ୍ଡନ କରିଥିଲେ । କେବଳ ବିରାଟ କୋହଲି ନୁହେଁ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ବିବାଦକୁ ଖଣ୍ଡନ କରିଥିଲେ । କେହି ହେଲେ ଖେଳରୁ ବଡ ନୁହେଁ । ସେ ଦଳ ସହ ଜଡିତ ଅଛନ୍ତି ଏବଂ କୌଣସୀ ବିବାଦ ନଥିବା ସ୍ପଷ୍ଟ କରିଥିଲେ ।

Related posts

ଆଇପିଏଲ ୨୦୨୪ରେ ଖେଳିବ ନାହିଁ ଇଂଲଣ୍ଡ ଅଲ୍ ରାଉଣ୍ଡର ବେନ୍ ଷ୍ଟ୍ରୋକ୍ସ

Odisha Sports Bureau

ବିଶ୍ୱକପ ପରେ ଦିନିକିଆରୁ ଅବସର ନେବେ ଗେଲ

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau