More Sports

କ୍ୱାର୍ଟର ଫାଇନାଲରେ ମ୍ୟାରୀକମ

(ଓଡିଶା ସ୍ପୋର୍ଟସ):  ଚଳିତ ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲରେ ମ୍ୟାରୀକମ୍ ପ୍ରବେଶ କରିଛନ୍ତି । ଭାରତର ସବୁଠାରୁ ଅଭିଜ୍ଞ ବକ୍ସର ମ୍ୟାରୀକମ୍ ଅନ୍ତିମ-୧୬ ମୁକାବିଲାରେ ଥାଲଇ୍ୟାଣ୍ଡର ଜୁତାମାସ ଜିତପଙ୍ଗଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ଥାଇଲ୍ୟାଣ୍ଡ୍ ବକ୍ସର ଆକ୍ରମଣାତ୍ମକ ପଞ୍ଚ୍ ଦ୍ୱାରା ୩୬ ବର୍ଷୀୟ ମ୍ୟାରୀକମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ, ପଏଣ୍ଟ ହାସଲ କରିପାରିନଥିଲେ। ତୃତୀୟ ସିଡ୍ ମ୍ୟାରୀକମଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଥିଲା। ସେ ପ୍ରଥମ ତିନି ମିନିଟ୍ କେବଳ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିଥିଲେ ଏବଂ ପରେ ମୁକାବିଲାରେ ନିୟନ୍ତ୍ରଣ ହାସଲ କରିଥିଲେ। ମ୍ୟାରୀକମ୍ ୫୧କେଜି ବର୍ଗରେ ନିଜର ପ୍ରଥମ ବିଶ୍ୱ ପଦକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି।

Related posts

ଦୋହା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେବେ ନାହିଁ ତେଜଶ୍ୱିନ

Odisha Sports Bureau

ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Odisha Sports Bureau

ଟାକ୍ରୋ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇ ଜଣ ମନୋନୀତ