More Sports

ଖେଲ ରତ୍ନା ପୁରସ୍କାର ପାଇଁ ଏ ଏଫ୍ ଆଇ ନୀରଜ ଚୋପ୍ରାଙ୍କ ନାମ ସୁପାରିଶ

(ଓଡିଶା ସ୍ପୋର୍ଟସ): ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ କମିଟି କ୍ରମାଗତ ତୃତୀୟ ଥର ଖେଳ ରତ୍ନ ପୁରସ୍କାର ପାଇଁ ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ନାମ ସୁପାରିଶ କରିଛି। ୨୨ ବର୍ଷୀୟ ଚୋପ୍ରା ଏକମାତ୍ର ଟ୍ରାକ ଏବଂ ଫିଲ୍ଡ ପ୍ଲେୟାର ଯାହାର ନାମ ଏ ଏଫ୍ ଆଇ ଦ୍ୱାରା ସୁପାରିଶ କରାଯାଇଛି ।

କମନୱେଲଥ ଏବଂ ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଚୋପ୍ରାଙ୍କୁ ୨୦୧୮ ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହି ବର୍ଷ ତାଙ୍କ ନାମ ଖେଳ ରତ୍ନ ପାଇଁ ମଧ୍ୟ ପଠାଯାଇଥିଲା। ଗତ ବର୍ଷ ମଧ୍ୟ ତାଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ କରାଯାଇଥିଲା। ଏକ ସୂତ୍ରରୁ ପ୍ରକାଶ ଯେ, ନୀରଜ ହେଉଛନ୍ତି ଏକମାତ୍ର ଆଥଲେଟ୍, ଯାହାର ନାମ ଚଳିତ ବର୍ଷ ଖେଳ ରତ୍ନ ପାଇଁ ସୁପାରିଶ କରାଯାଇଛି।
ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶା ସରକାର ଫରାଟା ରନର୍ ଦୁତି ଚାନ୍ଦଙ୍କ ନାମ ସୁପାରିଶ କରିସାରିଛନ୍ତି। ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କାନ୍ଧରେ ଆଘାତ ଲାଗିଥିବାରୁ ସେ ଶେଷ ସପୂର୍ଣ୍ଣ ସିଜିନରୁ ବାହାରେ ଥିଲେ ।

Related posts

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

Odisha Sports Bureau

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau