More Sports

ଗ୍ରୀକୋ ରୋମଣର ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ପଦକ

(ଓଡିଶା ସ୍ପୋର୍ଟସ ): ମଙ୍ଗଳବାର ଠାରୁ ଏସୀୟ କୁସ୍ତି ଚାମ୍ପିଅନଶିପ ଆରମ୍ଭ ହୋଇଛି । ଆରମ୍ଭର ପ୍ରଥମ ଦିନରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ଭାରତର ସୁନୀଲ କୁମାର ଗ୍ରୀକୋ ରୋମଣର ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିଣି ଇତିହାସ ରଚିଛନ୍ତି। ସୁନୀଲ ଗ୍ରୀକୋ ରୋମଣ ଜିତିବାରେ ତୃତୀୟ ଭାରତୀୟ ହୋଇପାରିଛନ୍ତି। ରୋମ ରେକିଂ ଶୃଙ୍ଖଳାର ରୌପ୍ୟ ପଦକ ବିଜେତା ସୁନୀଲ ଫାଇନାଲରେ କିର୍ଗିସ୍ତାନର ଅଜତ ସଲିଦିନୋଚଭଙ୍କୁ ଏକତରଫା ମୁକାବିଲାରେ ୫-୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।ସୁନୀଲ ୨୦୧୯ରେ ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଏଥର ସେ ବହୁ ପରିଶ୍ରମ କରି ପଦକ ଆଣିବାରେ ସଫଳ ହୋଇଛନ୍ତି ।
ସୁନୀଲ ଏଥି ସହ ଗ୍ରୀକୋ ରୋମଣରେ ସ୍ୱର୍ଣ୍ଣ ପଦକ ବିଜୟୀ ହେବା ପରେ ଭାରତର ୨୭ ବର୍ଷର ମରୁଡ଼ିକୁ ଶେଷ କରିଛନ୍ତି।ସୁନୀଲଙ୍କ ପୂର୍ବରୁ ପପୁ ଯାଦବ ଗ୍ରୀକୋ ରୋମଣରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । ସୁନୀଲ ଏହା ପୂର୍ବରୁ କ୍ୱାର୍ଟର ଫାଇନାଲରେ ଜାପାନର ତାକାହିରୋ ସୁରୁଦାଙ୍କୁ ୮-୨ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ସେ କାଜକିସ୍ତାନର ଅଜମତ କୁସ୍ତାବାୟେବଙ୍କୁ ୧୨-୮ରେ ପରାସ୍ତ କରି ଫାଇନାଲ ପହଞ୍ଚିଥିଲେ ।

Related posts

ଅଷ୍ଟ୍ରେଲିଆ ଓପନ ଦ୍ୱିତୀୟ ପର୍ଯ୍ୟାରେ ସେରେନା ଓ ଓସାକା

Odisha Sports Bureau

ତିନିମାସ ପରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ

Odisha Sports Bureau

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ମାସ୍କଟ ହେବେ ଭଗବାନ ହନୁମାନ