Badminton

ଜାପାନ ଓପନ ବ୍ୟାଡ଼ମିଣ୍ଟନ କ୍ୱାର୍ଟରରେ ସିନ୍ଧୁ,ସାଇ ପ୍ରଣୀତ

(ଓଡିଶା ସ୍ପୋର୍ଟ): ଜାପାନ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଓ ବି. ସାଇ ପ୍ରଣୀତ । ୧ ଘଣ୍ଟା ପର୍ୟ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ୧୧-୨୧, ୨୧-୧୦, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ପୂର୍ବରୁ ଇଣ୍ଡୋନେସିଆ ଓପନରେ ମଧ୍ୟ ଓହୋରିଙ୍କ ବିରୋଧରେ ସିନ୍ଧୁଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଗେମ୍ ହାରିବା ପରେ ସିନ୍ଧୁଙ୍କ ଉପରେ ଚାପ ପଡ଼ିଥିଲା। କିନ୍ତୁ ସିନ୍ଧୁ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମକୁ ଏକତରଫା ଭାବେ ଜିତିନେଇଥିଲେ। ଓହୋରିଙ୍କ ବିରୋଧରେ ସିନ୍ଧୁଙ୍କ ବିଜୟଧାରା ରେକର୍ଡ ୮-୦ ହୋଇଛି।

ସେହିପରି ଭାରତର ଅନ୍ୟତମ ତାରକା ସାଇ ପ୍ରଣୀତ ଚଳିତ ଓପନରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ଘରୋଇ ଶଟଲର୍ କାଣ୍ଟା ସୁନେୟାମାଙ୍କୁ ୨୧-୧୩, ୨୧-୧୬ ଗେମରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। କ୍ୱାର୍ଟରେ ସାଇ ପ୍ରଣୀତଙ୍କ ସାମ୍ନା ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କ ସହ ହେବ।

Related posts

ପୁଣି ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଇତିହାସ ରଚିବେ ଓଡିଆ ପୁଅ

Odisha Sports Bureau

ପ୍ରମୋଦଙ୍କ ସ୍ୱର୍ଣ୍ଣିମ ଅଭିଯାନ

Odisha Sports Bureau