Cricket

ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ, ଅଷ୍ଟ୍ରେଲିଆ ୧୮୨/୬

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିରୋଧରେ ଅନ୍ତିମ ଦିନିକିଆରେ ଟସ୍ ଜିତ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ କଙ୍ଗାରୁ ଦଳ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୩ ମ୍ୟାଚ ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମୁକାବିଲାରେ ବ୍ୟାଟିଂ କରିବ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍ ଜିଣି କଙ୍ଗାରୁ ଦଳକୁ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛନ୍ତି ।

ଭୁବନେଶ୍ୱର କୁମାର ପ୍ରଥମ ୧୦ ଓଭର ଭିତରେ ଅଷ୍ଟ୍ରେଲିଆର ଦୁଇ ଓ୍ଵିକେଟ୍ ଅକ୍ତିଆର କରି ଅଷ୍ଟ୍ରେଲିଆ ପାଇଁ ଅଡ଼ୁଆ ପରିସ୍ଥିତି ସଷ୍ଟି କରିଛନ୍ତି। ସେହିପରି ଯୁଜବେନ୍ଦ୍ର ଚହଲ ୬ଓଭର ରେ ୩୧ ରନ ଦେଇ ୩ଟି ଓ୍ଵିକେଟ ଅକ୍ତିଆର କରିଛନ୍ତି।

ବର୍ଷା ଯୋଗୁଁ ଖେଳାଳିମାନେ ପାଭିଲିୟନକୁ ଫେରିଆସିଥିବା ବେଳେ ପିଚ୍କୁ କଭର କରି ଦିଆଯାଇଥିଲା। ତେବେ ଭାରତୀୟ ସମୟ ସକାଳ ୮ଟା ୨୫ରେ ପୁଣି ଖେଳ ଆରମ୍ଭ ଅଷ୍ଟ୍ରେଲିଆ ଦଳର ସ୍କୋର ଆଗକୁ ବଢ଼ାଉଥିବା ବେଳେ ଫିଞ୍ଚ ପୁଣି ଥରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଛନ୍ତି। ଅଷ୍ଟ୍ରେଲିଆ ୩୯ ଓଭର ସୁଦ୍ଧା ୬ ଓ୍ଵିକେଟ ହରାଇ କରିଛି ୧୮୨ରନ୍ ହୋଇଛି।

Related posts

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେଲା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau