More Sports

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

(ଓଡ଼ିଶା ସ୍ପୋର୍ଟସ ): ଓଡିଶା ପାଇଁ ଗର୍ବ ଆଣିଲେ ପାର୍ବତୀ ସେଠୀ। ଗୁଜରାଟରେ ଆୟୋଜିତ ଥାର୍ଡ଼ ନ୍ୟାସନାଲ ମାଷ୍ଟର ଗେମ ଅଫ ଇଣ୍ଡିଆ ଆଥଲେଟିକ ମିଟରେ ଭାଗ ନେଇ ପାର୍ବତୀ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୦ ବର୍ଷ ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପାଖାପାଖି ୩ ହଜାରରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିଲେ। ପାର୍ବତୀ ଡ଼ିସକସ ଥ୍ରୋ ଏବଂ ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଆଗାମୀ ସମୟରେ ସେ ଜାପାନ ସହ ଅନ୍ୟ ଦେଶରେ ହେବାକୁ ଥିବା ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ପାର୍ବତୀ ସେଠୀ ଏବଂ ତାଙ୍କର କୋଚ। ଆଜି ସେ ଭୁବନେଶ୍ୱର ରେଳ ଷ୍ଟେଷନରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବୋଧନ ଦିଆଯାଇଥିଲା।

Related posts

ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡଆମ୍ବାସାଡର ସନି ଲିଓନି

Odisha Sports Bureau

ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି ରାଇଡର ସନ୍ତୋଷ

Odisha Sports Bureau

ୱାର୍ଲ୍ଡ ଚମ୍ପିୟନଶିପରେ ଦୂତୀ

Odisha Sports Bureau