Badminton

ଥାଇଲ୍ୟାଣ୍ଡ ପାରା ବ୍ୟାଡ଼ମିଣ୍ଟନ ସେମିରେ ପ୍ରମୋଦ

(ଓଡିଶା ସ୍ପୋର୍ଟସ):  ଚଳିତ ଥାଇଲ୍ୟାଣ୍ଡ୍ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଷ୍ଟାର ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ସେ ଗୁରୁବାର ଦିନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୧୮, ୨୧-୧୯ ଗେମରେ ପରାସ୍ତ କରି ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଆଜି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ଭେଟିବେ।
ସେହିପରି ଡବଲ୍ସରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି କ୍ୱାର୍ଟରଫାଇନାଲରେ ଫ୍ରାନ୍ସର ମାଥ୍ୟୁ ଥୋମାସ ଓ ଭାରତର ନିତେଶ କୁମାରଙ୍କୁ ୨୧-୧୭, ୨୨-୨୦ ଗେମରେ ପରାସ୍ତ କରିଛନ୍ତି। ସେମିରେ ପ୍ରମୋଦ ଓ ମନୋଜଙ୍କ ସାମ୍ନା ଥାଇଲ୍ୟାଣ୍ଡର ଚାୱାରତ୍ କିଟ୍ଟିଚୋକୱାଟ୍ଟାନା ଏବଂ ସାଙ୍ଗନିଲ୍ ସିଙ୍ଘାଙ୍କ ସହ ହେବ।

Related posts

୫୦୦ ମ୍ୟାଚ୍ ବିଜୟ କ୍ଲବରେ ସାମିଲ ହେଲେ ପିଭି ସିନ୍ଧୁ

Odisha Sports Bureau

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau