Cycling

ଦୁଇ ମାସ ପାଇଁ ପାରାସୁଟ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ ଧୋନି

(ଓଡିଶା ସ୍ପୋର୍ଟ): ଗତକାଲି ଟିମ୍ ଇଣ୍ଡିଆର ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା ହୋଇଛି। ଏହି ତାଲିକାରେ ଧୋନିଙ୍କ ନାମ ନାହିଁ। କାରଣ ସେ ଖେଳାଳି ଚୟନ ପୂର୍ବରୁ ହିଁ ବିସିସିଆଇକୁ ଚିଠି ଲେଖି ଦୁଇ ମାସ ଖେଳି ପାରିବେ ନାହିଁ ବୋଲି ଅବଗତ କରାଇ ଦେଇଥିଲେ। ଏହି ସମୟରେ ସେ ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ରହିବେ ବୋଲି କହିଥିଲେ।ଏହା ପରେ ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଟେରିଟୋରିଆଲ୍ ଆର୍ମିରେ ପ୍ରଶିକ୍ଷଣ ପାଇଁ ଯାଇଛନ୍ତି । ଏନେଇ ସେନା ମୁଖ୍ୟ ବିପିନ ରାୱତ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ଅନୁମତିକ୍ରମେ ଧୋନି ଏବେ ଦୁଇ ମାସ ପାଇଁ ପାରାସୁଟ୍ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ। ଏହି ପ୍ରଶିକ୍ଷଣ ସେ କେବଳ କଶ୍ମୀରରେ ହିଁ ନେଇପାରିବେ। ତେବେ ଧୋନି ସେନାର କୌଣସି ଅପରେସନ୍ରେ ସାମିଲ ହୋଇପାରିବେ ନାହିଁ।

ଧୋନି ଯେଉଁ ପ୍ରଶିକ୍ଷିଣ ନେବାକୁ ଯାଉଛନ୍ତି, ଏବେ ସେ ସେହି ବିଭାଗର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଛନ୍ତି।

Related posts

ଜର୍ମାନୀରେ ପଦକ ଜିତିଲେ ଚାଷୀର ଝିଅ କଳ୍ପନା

ବିଏମଏକ୍ସ ବିଶ୍ୱ ସାଇକେଲ ଚାମ୍ପିୟନସିପ ବାତିଲ

Odisha Sports Bureau

ସାଇକେଲ ଚାଳକକୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ