Cricket

ଦ୍ରୁତତମ ଅଧିନାୟକ ବିରାଟ

(ଓଡ଼ିଶା ସ୍ପୋର୍ଟସ   ): ବିଶ୍ୱର ଦ୍ରୁତତମ ଅଧିନାୟକ ଭାବେ ମାଇଲଖୁଣ୍ଟ ସ୍ଥାପନ କଲେ ବିରାଟ କୋହଲି । ବିରାଟ କୋହଲି ଦିନିକିଆ ଫର୍ମାଟ୍ରେ ଅଧିନାୟକ ଭାବେ ୫ ହଜାର ରନ୍ ପୂରଣ କରିଛନ୍ତି। ୫ ହଜାର ରନ୍ କରିବା ପାଇଁ କୋହଲିଙ୍କୁ ମାତ୍ର ୮୨ ଇନିଂସ ଲାଗିଛି। ଏହି ଧାରାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଟପି ଯାଇଛନ୍ତି। ଧୋନୀ ୧୨୭ ଇନିଂସରେ ୫ ହଜାର ରନ୍ ପୂରଣ କରିଥିଲେ। ତାଲିକାରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୧୩୧ ଇନିଂସ) ଓ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୧୩୫) ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଲିକାର ୫ମ ସ୍ଥାନରେ ରହିଛନ୍ତି। ସେ ଅଧିନାୟକ ଭାବେ ୧୩୬ ଇନିଂସରେ ୫ ହଜାର ରନ୍ କରିଥିଲେ। କୋହଲି ଏହି ମାଇଲଷ୍ଟୋନ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ହାସଲ କରିଛନ୍ତି।

Related posts

ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡ ମହିଳା ଦଳକୁ ଚାରି ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

Odisha Sports Bureau

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ଛୁଟି ମନାଇବା ପାଇଁ ଫ୍ରାନ୍ସରେ ପହଞ୍ଚିଲେ ମାହି