Cricket

ଧୋନୀଙ୍କ ମିଶନ କାଶ୍ମୀର ଯାତ୍ରା ଆରମ୍ଭ

( ଓଡ଼ିଶା ର୍ସ୍ପୋଟସ ) : ଚର୍ଚ୍ଚାରେ କ୍ରିକେଟର ମହେନ୍ଦ୍ର ସିଂ ଧୋନି । କାରଣ ଆଜି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ହାତରେ ନାଁ ଅଛି ବ୍ୟାଟ ନାଁ ଅଛି ପରୋକ୍ଷ ପକ୍ଷକୁ ହରାଇବା ପାଇଁ ରନର ଟାର୍ଗେଟ । କାରଣ ଆଜି ସେ ନଜର ଆସିଥିଲେ ସେନା ପୋଷାକରେ । କାନ୍ଧରେ ନୂଆ ଦାୟିତ୍ୱ ନେଇ ସେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ମିଶନ କାଶ୍ମୀର ପାଇଁ ସେ ଯାତ୍ରା ଆରମ୍ଭ କରିଛନ୍ତି । ଏଠାରେ ୧୦୬-ପ୍ରାଦେଶିକ ସେନାରେ ଅଗଷ୍ଟ ୧୫ ପର୍ୟ୍ୟନ୍ତ ତାଲିମ୍‌ ନେବେ। ତାଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅଓ୍ବନ୍ତୀପୋରାରେ ହେବ ବୋଲି କୁହାଯାଉଛି। ଧୋନୀ ପ୍ରାଦେଶିକ ସେନାର ପାରାଚ୍ୟୁଟ୍‌ ରେଜିମେଣ୍‌୍ଉର ଲ୍ୟୁଟନାଟ୍‌ କର୍ନେଲ ଭାବେ କାର୍ୟ୍ୟ କରୁଛନ୍ତି। କ୍ରିକେଟରେ ଚୌକା ଛକା ମାରି କ୍ରିକେଟ ପ୍ରେମୀଙ୍କ ମନ ଜିତିଥିବା ଧୋନି ଏହି ଦାୟିତ୍ୱକୁ କିପରି ତୁଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related posts

ରାହାଣେଙ୍କ ଫୋକସ ମନ୍ତ୍ର

Odisha Sports Bureau

ଭାରତ-ନ୍ୟୁଜଲ୍ୟାଣ୍ଡ ଟି୨୦ ସିରିଜରୁ ବାଦ ପଡ଼ିପାରନ୍ତି ଧାୱନ

Odisha Sports Bureau

ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ଋଷଭ ପନ୍ତ

Odisha Sports Bureau