Hockey

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ହକି ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚରେ ମାଲେସିୟାକୁ ୪-୪ ଗୋଲରେ ଡ୍ର’ ରୋକିଛି। ନବନିତ୍ କୌରଙ୍କ ଡବଲ୍ ଗୋଲ୍ ବଳରେ ଏହି ସଫଳିତା ମିଳିଛି ।

ସିରିଜର ପ୍ରଥମ ମ୍ୟାଚରେ ଭାରତ ୩-୦ ଓ ଦ୍ୱିତୀୟ ମ୍ୟାଚରେ ୫-୦ରେ ବିଜୟୀ ହୋଇଥିଲା। ଖେଳାଯାଇଥିବା ମ୍ୟାଚରେ ନବଜୋତ୍ କୌର୍ ୧୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିବା ବେଳେ ୨୨ତମ ମିନିଟରେ ନବନିତ ସ୍କୋରକୁ ଡବଲ କରିଥିଲେ।

୨୬ତମ ମିନିଟରେ ଗୁରଦୀପ କିରନଦୀପ ମ୍ୟାଲେସିୟା ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ। ଚଳିତ ସିରିଜରେ ମ୍ୟାଲେସିୟାର ଏହା ପ୍ରଥମ ଗୋଲ୍ ଥିଲା। ଏହା ପରେ ମାଲେସିୟା ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ ନୁରାନି ରଶିଦ୍।

୩୫ତମ ମିନିଟରେ ନୁରାମିରା ଜୁଲକିଫଲି ଓ ୩୮ତମ ମିନିଟରେ ନୁରାନିଙ୍କ ଗୋଲ ଦ୍ୱାରା ମାଲେସିୟା ୪-୨ରେ ଆଗୁଆ ହୋଇଥିଲା। କିନ୍ତୁ ୪୫ତମ ମିନିଟରେ ନବନିତ୍ ଓ ୫୪ତମ ମିନିଟରେ ଲାଲରେମସିଆମି ଗୋଟିଏ ଲେଖାଏ ଗୋଲ ଦେଇ ମ୍ୟାଚକୁ ୪-୪ରେ ଡ୍ର’ କରାଇଥିଲେ।

Related posts

ମାଟି କାମୁଡିଲା ପାକିସ୍ତାନ; ୩-୧ରେ ଭାରତ ବିଜୟୀ

Odisha Sports Bureau

କଂଗ୍ରେସରେ ଯୋଗ ଦେଲେ ହକି ତାରକା

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau