More Sports

ଫିଫା ଅଣ୍ଡ-୧୭ ମହିଳା ବିଶ୍ୱ କପ୍ ପରବର୍ତ୍ତି ବର୍ଷ ଭାରତରେ ଖେଳାଯିବ

(ଓଡିଶାସ୍ପୋର୍ଟସ ):  ଭାରତରେ ଖେଳା ଯିବାକୁଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱ କପ୍ ର ଆୟୋଜନ ବରବର୍ତ୍ତି ବର୍ଷ ୨ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଫିଫାର ଏହି ଆୟୁବର୍ଗ ପ୍ରତିଯୋଗିତାକୁ ଦେଶର ଚାରିଗୋଟି ସହରରେ ଖେଳାଯିବ । ପୂର୍ବ ମାସରେ ଭୂବନେଶ୍ୱରର କଳିଙ୍ଗ ଷ୍ଟାଡିୟମଙ୍କୁ ସ୍ଥାୟା ରୂପର ଏହାର ଏକ ସ୍ଥାନ ଚୟନ କରାଯାଇଥିଲା କିନ୍ତୁ ଏହାକୁ ଫିଫାର ମଞ୍ଜୁରି ମିଳିବା ବାକି ରହିଛି । କୋଲକତା, ନବି ମୁମ୍ବାଇ, ଗୋଆ ଏବଂ ଏହମଦାବାଦ ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଏହି ବର୍ଷ ମାର୍ଚ୍ଚରେ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକର ଦାୟିତ୍ୱ ମିଳିଛି । ଏଥିରେ ଚମ୍ପିଆନ ହୋଇଥିବା ସ୍ପେନ୍ ରହିଛି, ଯିଏ ଦୁଇବର୍ଷରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ୨୦୧୮ରେ ଏହାର ବିଜେତା ହୋଇଥିଲା । ଭାରତ ଆୟୋଜକ ରୂପେ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱାଲିଫାଇ କରିନେଇଛି । ଏହାକୁ ନଜରରେ ରଖି ୧୫ ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଥାଇଲାଣ୍ଡରେ ଖେଳାଯିବାକୁଥିବା ଏଏଫସି ଅଣ୍ଡର-୧୬ ମହିଳା ଚମ୍ପିଆନସିପ୍ ରେ ଟିମକୁ ନ ପଠାଇବା ପାଇଁ ନିସ୍ପତି ନିଆଯାଇଛି ।

Related posts

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau

ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ ପ୍ରି-କ୍ୱାର୍ଟରଫାଇନାଲରେ କବିନ୍ଦର ସିଂହ

Odisha Sports Bureau

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau