(ଓଡ଼ିଶା ସ୍ପୋର୍ଟସ ): ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ତାଙ୍କୁ ୪ବର୍ଷ ବାସନ୍ଦ କରିଛି। ରବି କୁମାରଙ୍କ ସହ ଅନ୍ୟ ୪ଜଣ ଖେଳାଳିଙ୍କୁ ମଧ୍ୟ ୪ବର୍ଷ ବାସନ୍ଦ କରାଯାଇଛି।
ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ୪ ବର୍ଷ ବାସନ୍ଦ କରିଛି ନାଡା। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧ୍ରମରାଜ୍ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଓ ଭାରୋତ୍ତୋଳକ ଗୁରୁମିଲ୍ ସିଂହ।
ସୂଚନା ଅନୁସାରେ ୨୦୧୮ ମସିହାରେ କେ ରବିକୁମାର ସମସ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେ ନେଉଥିବା ପ୍ରୋଟିନକୁ ନେଇ କିଛି ସମସ୍ୟା ନଥିଲା । ୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ସାମଗ୍ରୀକୁ କଟକଣା ଭିତରକୁ ଅଣାଯାଇଥିଲା । ଫଳରେ ମୂତ୍ର ନମୂନା ପରୀକ୍ଷାରେ ଫସି ଯାଇଥିଲେ ରବି କୁମାର । ତେବେ ତାଙ୍କର ଅଜାଣତରେ ଏପରି ହୋଇଥିଲା ବୋଲି ସେ ନାଡାକୁ ଜଣାଇଛନ୍ତି । ଏହି ମାମଲା ଏବେ ବିଚାରାଧୀନ ରହିଛି । ରବି କୁମାର ଆଶା ରଖିଛନ୍ତି ତାଙ୍କର ଆବେଦନକୁ ନାଡା ଗ୍ରହଣ କରିବ