Cricket

ବିଶ୍ବକପ ସମୟରେ ୧୫ ଦିନ ଖେଳାଳିଙ୍କ ସାଙ୍ଗରେ ରହିବେ ସ୍ତ୍ରୀ ପ୍ରେମିକା

(ଓଡିଶା ସ୍ପୋର୍ଟ): ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି ବିସିସିଆଇ ବିଶ୍ୱକପ କ୍ରିକେଟ । ଏଥିପାଇଁ ଖେଳାଳିଙ୍କ ପାଇଁ ନୂଆ ନିୟମ ଆରମ୍ଭ କରିଛନ୍ତି ବିସିସିଆଇ। ବିସିସିଆଇଙ୍କ ନିୟମ ଅନୁଯାୟୀ, ‘‘ଡଇଏଝ (ଙ୍ଗସଙ୍ଖରଗ୍ଦ ବଦ୍ଭୟ ଶସକ୍ସକ୍ଷଲକ୍ସସରଦ୍ଭୟଗ୍ଦ) ନୀତି ଅନୁଯାଇ ଖେଳାଳିଙ୍କ ପରିବାରର କୌଣସି ବ୍ୟକ୍ତି, ପ୍ରେମିକା କିମ୍ବା ପତ୍ନୀ ବିଶ୍ୱକପ ଆୟୋଜନ ବେଳେ ଖେଳାଳୀଙ୍କ ସହ ୧୫ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବେ ନାହିଁ ।

ଟିମ ଇଣ୍ଡିଆ ବ୍ରିଟେନ ଗସ୍ତ ପରେ ପ୍ରଥମ ୨୦ ଦିନ ଖେଳାଳୀଙ୍କୁ ନିଜ ‘‘ଡଇଏଝ (ଙ୍ଗସଙ୍ଖରଗ୍ଦ ବଦ୍ଭୟ ଶସକ୍ସକ୍ଷଲକ୍ସସରଦ୍ଭୟଗ୍ଦ)ଙ୍କ ସହଯୋଗ ମିଳିବନାହିଁ । ପ୍ରଥମ ୨୦ ଦିନ ପର୍ଯ୍ୟନ୍ତ ଖେଳାଳୀଙ୍କୁ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ଠାରୁ ଦୁରେଇ ରହିବାକୁ ପଡିବ । କିନ୍ତୁ ପରେ ଟୁର୍ନାମେଣ୍ଟ ସମୟରେ ଯଥା ସମ୍ଭବ ୧୫ ଦିନ ପାଇଁ ପରିବାର ସଦସ୍ୟ ଖେଳାଳୀଙ୍କ ସହ ରହିପାରିବେ ।

ଭାରତୀୟ ଟିମ ମେ ୨୨ ତାରିଖରେ ବ୍ରିଟେନ ଗସ୍ତରେ ଯିବ । ତେବେ ଖେଳାଳୀଙ୍କ ପରିବାର ସଦସ୍ୟ ଅର୍ଥାତ ଡଇଏଝ ଟିମ ବସରେ ଯିବେ ନାହିଁ । ସେମାନେ ଅଲଗା ବସ କିମ୍ବା ଇଛାନୁସାରେ ଅଲଗା ଗାଡିରେ ଯାତ୍ରା କରିବେ । କାରଣ ସମସ୍ତ ଖେଳାଳୀ ଏକସଙ୍ଗେ ଗୋଟିଏ ବସରେ ଯାତ୍ରା କରିବେ । ଗତଥର ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଖେଳାଳୀମାନେ ନିଜ ପତ୍ନୀ ଏବଂ ପ୍ରେମିକାଙ୍କ ସହ ଟିମ ବସରେ ଯାତ୍ରା କରିଥିଲେ ।

Related posts

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ

ଭାରତୀୟ କ୍ରିକେଟ ଟିମ୍ ଙ୍କ ଅଷ୍ଟେଲିଆ ଗ୍ରସ୍ତ

Odisha Sports Bureau

ଅଷ୍ଟ୍ରେଲିଆ ନମ୍ବର ୱାନ

Odisha Sports Bureau