Cricket

ବିଶ୍ୱକପ୧୯ : ଫାଇନାଲ ମ୍ୟାଚ ପାଇଁ ଟିକେଟ ବିକ୍ରିରେ କଳାବଜାରୀ

(ଓଡ଼ିଶା ସ୍ପୋର୍ଶ ) : ଲଣ୍ଡନ୍ ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡ଼ସ ପଡ଼ଇଆରେ ଖେଳାଯିବ ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଆୟୋଜକ ଇଂଲଣ୍ଡ ଫାଇନାଲ ଖେଳୁଥିବାରୁ ସ୍ଥାନୀୟ ଦର୍ଶକଙ୍କ ଉତ୍କଷ୍ଠା ବଢି ଯାଇଛି । ପୂର୍ବରୁ ଘରୋଇ ଦର୍ଶକମାନେ ଟିକେଟ୍ କିଣି ନଥିବା ବେଳେ ଏବେ ଟିକେଟ ମିଳୁନାହିଁ ।
ଏହାର ଫାଇଦା ନେଇ କିଛି କଳାବାଜାରି ପ୍ରକୃତ ମୂଲ୍ୟଠାରୁ ଢେର ଅଧିକ ଦାମରେ ଟିକେଟ୍‌ ବିକ୍ରି କରୁଥିବା ସୂଚନା ମିଳିଛି । ୨୫୦୦୦ ଟଙ୍କା ମୂଲ୍ୟର ଟିକେଟ୍‌ ଏବେ କଳାବଜାରରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଯାହା ପ୍ରକୃତ ମୂଲ୍ୟଠାରୁ ୫୦ ଗୁଣ ଅଧିକ ରହିଛି । ଅନ୍ୟପକ୍ଷରେ ଭାରତ ଫାଇନାଲ୍‌ ଖେଳିବ ବୋଲି ଆଶା ବାନ୍ଧି ଟିକେଟ କିଣି ସାରିଥିବା ଭାରତୀୟ ପ୍ରଶଂସକମାନେ ଦଳ ବିଦା ହୋଇଯିବା ପରେ ଏବେ ଟିକେଟ ପୁନଃବିକ୍ରି କରୁଥିବା ଦେଖାଯାଉଛି ।

Related posts

ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସି

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau