More Sports

ଭାରତୀୟ ଜୁନିୟର ଟିମ୍ ୩ୟ କାଟାଗୋରିରେ ରୋନାଲ୍ଡୋ ନଂ-୧

(ଓଡିଶା ସ୍ପୋର୍ଟସ): ଭାରତର ୧୮ ବର୍ଷିୟ ସାଇକେଲିଷ୍ଟ୍ ରୋନାଲ୍ଡୋ ସିଂହ ଜୁନିଅର ସାଇକେଲିଷ୍ଟ ଇଣ୍ଟରନ୍ୟାସନାଲ ତାଜା ରେକର୍ଡରେ ତିନୋଟି ଇଭେଣ୍ଟରେ ଟପ୍ ରେ ରହିଛନ୍ତିି । ଏହା ପ୍ରଥମ ମୌକା ଅଟେ, ଭାରତୀୟ ଜୁନିୟର ସାଇକେଲିଷ୍ଟ୍ ଟିମ୍ ୱାର୍ଲଡ ର୍ୟାଙ୍କିଙ୍ଗର ୪ଟି କାଟାଗୋରିରେ ଟପରେ ପହଞ୍ଚିଯାଇଛି । ପୁରୁଷ ଟିମ୍ ସ୍ପ୍ରିଣ୍ଟ୍ ଇଭେଣ୍ଟରେ ଟପରେ ରହିଛି । ଲାଇତୋନଜାମ ରୋନାଲ୍ଡୋ ବ୍ୟକ୍ତିଗତ ଶ୍ରେଣୀର ସ୍ପ୍ରିଣ୍ଟ୍, କେଇରିନ୍ ଏବଂ ଟିମ୍ ଟ୍ରାୟଲରେ ନଂ-୧ରେ ରହିଛନ୍ତି । ସେହିପରି ରୋଜିତ ସିଂହ, କେଇରିନରେ ଦ୍ୱିତୀୟ ଏବଂ ସ୍ପିଣ୍ଟ୍ରେ ତୃତୀୟ ସ୍ଥାନରେ ରହିଛନ୍ତି । ଜୁନିୟର ମହିଳା ଟିମ୍ ସ୍ପ୍ରିଣ୍ଟ୍ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମହିଳା ଜୁନିୟର କାଟାଗୋରିରେ ସ୍ପ୍ରିଣ୍ଟର ନୀଶା ନିକିତା ଏବଂ ତ୍ରିଶା ପାଲ୍ ୱାର୍ଲଡ ରେକର୍ଡର ଟପ୍-୩ରେ ନିଜାର ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ନୀଶା ଦ୍ୱିତୀୟ ଏବଂ ପାଁଲ ତୃତୀୟ ସ୍ଥାନରେ ରହିଛନ୍ତି ।

Related posts

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

Odisha Sports Bureau

୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରେକଡ୍ୟାନ୍ସକୁ ମିଳିଲା ସ୍ଥାନ

Odisha Sports Bureau