Tennis

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

(ଓଡ଼ିଶା ସ୍ପୋର୍ଟ): ଫେଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ପାଞ୍ଚଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଚାରିବର୍ଷ ପରେ ଭାରତୀୟ ଫେଡ୍ କପ୍ ଟିମରେ ଡବଲ୍ସ ଷ୍ଟାର୍ ସାନିଆ ମିର୍ଜା ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଦେଶର ଟପ୍ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି।

ସାନିଆ ଶେଷଥର ଲାଗି ୨୦୧୬ରେ ଫେଡ୍ କପ୍ ଖେଳିଥିଲେ। କିନ୍ତୁ ୨୦୧୭ ଅକ୍ଟୋବର ପରଠାରୁ ସେ ଟେନିସ୍ କୋର୍ଟରୁ ଦୂରେଇ ଯାଇଥିଲା। ବର୍ତ୍ତମାନ ସାନିଆ ପୁଣିଥରେ କୋର୍ଟକୁ ଫେରିବାକୁ ମନସ୍ଥ କରିଛନ୍ତି।

ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ତିନି ଖେଳାଳି ହେଲେ ରିୟା ଭାଟିଆ (୩୭୯), ଋତୁଜା ଭୋସଲେ (୪୬୬) ଓ କାମରାନ୍ କୌର ଥାଣ୍ଡି (୫୬୮)। ପୂର୍ବତନ ଡେଭିସ୍ କପ୍ ଖେଳାଳି ବିଶାଲ ଉପ୍ପଲ ଟିମର କ୍ୟାପଟେନ୍ ହୋଇଥିବା ବେଳେ ପୂର୍ବତନ ଫେଡ୍ କପର୍ ଅଙ୍କିତା ଭାମ୍ବ୍ରି ଟିମର କୋଚ୍ ହୋଇଛନ୍ତି।

Related posts

ୟୁଏସ୍ ଓପନ ୨୦୨୦: ଆଣ୍ଡି ମୁରେ ଏବଂ କିମ୍ କ୍ଲିଜଷ୍ଟର୍ସଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି

Odisha Sports Bureau

ନାଡାଲଙ୍କ ନୂଆ ରେକର୍ଡ

Odisha Sports Bureau

ୟୁଏଏସସ୍ ଓପନର ପ୍ରଥମ ମ୍ୟାଚରେ ମେଡଭେଦବଙ୍କୁ ଭେଟିବେ ପ୍ରଜନେଶ୍

Odisha Sports Bureau