Tennis

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

(ଓଡ଼ିଶା ସ୍ପୋର୍ଟ): ଫେଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ପାଞ୍ଚଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଚାରିବର୍ଷ ପରେ ଭାରତୀୟ ଫେଡ୍ କପ୍ ଟିମରେ ଡବଲ୍ସ ଷ୍ଟାର୍ ସାନିଆ ମିର୍ଜା ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଦେଶର ଟପ୍ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି।

ସାନିଆ ଶେଷଥର ଲାଗି ୨୦୧୬ରେ ଫେଡ୍ କପ୍ ଖେଳିଥିଲେ। କିନ୍ତୁ ୨୦୧୭ ଅକ୍ଟୋବର ପରଠାରୁ ସେ ଟେନିସ୍ କୋର୍ଟରୁ ଦୂରେଇ ଯାଇଥିଲା। ବର୍ତ୍ତମାନ ସାନିଆ ପୁଣିଥରେ କୋର୍ଟକୁ ଫେରିବାକୁ ମନସ୍ଥ କରିଛନ୍ତି।

ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ତିନି ଖେଳାଳି ହେଲେ ରିୟା ଭାଟିଆ (୩୭୯), ଋତୁଜା ଭୋସଲେ (୪୬୬) ଓ କାମରାନ୍ କୌର ଥାଣ୍ଡି (୫୬୮)। ପୂର୍ବତନ ଡେଭିସ୍ କପ୍ ଖେଳାଳି ବିଶାଲ ଉପ୍ପଲ ଟିମର କ୍ୟାପଟେନ୍ ହୋଇଥିବା ବେଳେ ପୂର୍ବତନ ଫେଡ୍ କପର୍ ଅଙ୍କିତା ଭାମ୍ବ୍ରି ଟିମର କୋଚ୍ ହୋଇଛନ୍ତି।

Related posts

ଟେନିସ୍ ହଲ ଅଫ୍ ଫେମ୍ ଆଲେକ୍ସ ଓଲମେଡୋଙ୍କ ଦେହାନ୍ତ

Odisha Sports Bureau

‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ: ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau