Cricket

ଭାରତ କ୍ରମାଗତ ଭାବରେ ୩-୦ରେ ସିରିଜ ବିଜୟୀ

(ଓଡିଶା ସ୍ପୋର୍ଟ): ଆଜି ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ କ୍ରମାଗତ ଭାବରେ ବିଜୟୀ ଲାଭ କରିଛିା ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ ଭାରତ ଲକ୍ଷ୍ୟ ହାସଲ କରିଥିଲା।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂ ଭାରତକୁ ବିଜୟ ଦେଇଥିଲେ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକ ଯଥାକ୍ରମେ ୪୦(୪୨) ଏବଂ ୩୮(୩୮) କରି ଅପରାଜିତ ରହିଥିଲେ।

Related posts

ସଚିନଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି ରୋହିତ

ଗମ୍ଭୀରଙ୍କୁ କଟାକ୍ଷ କରିବା ପରେ ଶ୍ରୀଶାନ୍ତଙ୍କୁ ନୋଟିସ

Odisha Sports Bureau

ବିରାଟ ବାହିନୀର ବିରାଟ ବିଜୟ

Odisha Sports Bureau