(ଓଡିଶା ସ୍ପୋର୍ଟ): ଆଜି ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ କ୍ରମାଗତ ଭାବରେ ବିଜୟୀ ଲାଭ କରିଛିା ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ ଭାରତ ଲକ୍ଷ୍ୟ ହାସଲ କରିଥିଲା।
ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂ ଭାରତକୁ ବିଜୟ ଦେଇଥିଲେ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକ ଯଥାକ୍ରମେ ୪୦(୪୨) ଏବଂ ୩୮(୩୮) କରି ଅପରାଜିତ ରହିଥିଲେ।
