Cricket

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆସନ୍ତା ମାର୍ଚ୍ଚ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୧୯ । ଇଣ୍ଡିଆନ ପ୍ରିମିୟର ଲିଗ ୨୦୧୯ ପାଇଁ ପ୍ରଥମ ଦୁଇଟି ସପ୍ତାହ ନିମନ୍ତେ ଖେଳସୂଚୀ ଜାରି କରାଯାଇଛି । ଉଦଘାଟନୀ ଲଢେଇ ଚେନ୍ନାଇଠାରେ ଖେଳାଯିବ । ଯେଉଁଥିରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମାର୍ଚ୍ଚ ୨୩ ତାରିଖ ଠାରୁ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଆଇପିଏଲ ୨୦୧୯ର ଖେଳସୂଚୀ ଜାରି କରାଯାଇଛି ।

କାରଣ ଦୁଇ ସପ୍ତାହର ଖେଳ ଶେଷ ହେବା ପୂର୍ବରୁ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ପ୍ରକାଶ ପାଇବ। ଏହାପରେ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ଆଇପିଏଲ୍ର ପରବର୍ତ୍ତୀ ଖେଳସୂଚୀ ଜାରି କରାଯିବ ।

Related posts

ହେୟାର ଡ୍ରାୟରରେ ଶୁଖିଲା ଖେଳ ମଇଦାନ

Odisha Sports Bureau

ଆଜିଠୁ ଠିକ ୬ ବର୍ଷ ତଳେ ରୋ ହିଟମ୍ୟାନ ଶର୍ମା ରଚିଥିଲେ ଏହି କିର୍ତ୍ତିମାନ…

Odisha Sports Bureau

ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍!

Odisha Sports Bureau