More Sports

ମାର୍ଚ୍ଚ ୨୩ରୁ ଖେଲୋ ଇଣ୍ଡିଆ ମହିଳା ହକି ଲିଗ ଆରମ୍ଭ

(ଓଡ଼ିଶା ସ୍ପୋର୍ଟ): ମାର୍ଚ୍ଚ ୨୩ରୁ ଖେଲୋ ଇଣ୍ଡିଆ ମହିଳା ହକି ଲିଗ ଆରମ୍ଭ ହେବ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏହି ମହିଳା ଲିଗ୍ ଆୟୋଜନ କରାଯିବ। ୨୧ ବର୍ଷରୁ କମ୍ ବୟସର ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବେ।
“କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତିଭା ଅନ୍ୱେଷଣ କରିବା ହେଉଛି ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ହକି ପ୍ରତିଭା ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଯୋଜନା ମାଧ୍ୟମରେ ଆମେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚାହଁଛୁ।’’
ଭିନ୍ନ ଭିନ୍ନ ଷ୍ଟାଡିୟମରେ ୩ଟି ପର୍ୟ୍ୟାୟରେ ଏହି ମହିଳା ଲିଗ୍ ଆୟୋଜନ ହେବ। ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ମଧ୍ୟ ସାମିଲ ରହିଛି।
ମାର୍ଚ୍ଚ ୨୩ରୁ ୨୯ ଯାଏଁ ପ୍ରଥମ ପର୍ୟ୍ୟାୟ ଲିଗ ଅନୁଷ୍ଠିତ ହେବ। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମ ଲିଗ୍ ଚାଲିବ। ଦ୍ୱିତୀୟ ପର୍ୟ୍ୟାୟ ଜୁଲାଇ ୧୩ରୁ ୧୯ ପର୍ୟ୍ୟନ୍ତ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଖେଳାଯିବ। ସେହିପରି ତୃତୀୟ ପର୍ୟ୍ୟାୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବ।

Related posts

ନିୟମ ଉଲ୍ଲଘଂନ ମାନିଲେନି ମ୍ୟାରିକମ

Odisha Sports Bureau

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

Odisha Sports Bureau

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau