(ଓଡିଶା ସ୍ପୋର୍ଟସ): ବ୍ୟାକଂକରେ ଚାଲିଥିବା ଏସିଆ ତିରନ୍ଦାଜି ଚମ୍ପିଆନସିପ୍ ରେ ବୁଧବାର ଦିନ ଭାରତର ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖାଙ୍କ ଯୋଡି ମିଶ୍ରିତ କମ୍ପାଉଣ୍ଡ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଖେଳର ୨୧ତମ ସଂସ୍କରଣର ଶେଷରେ ଭାରତ ଏହି ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ସ୍ୱର୍ଣ୍ଣ ସହିତ ଭାରତୀୟ ଦଳ ମୋଟ ୭ଟି ପଦକ ଜିତିଛନ୍ତି, ଯେଉଁଥିରେ ଦୁଈଟି ରୌପ୍ୟ ଓ ଚାରଟି କାଂଶ୍ୟ ପଦକ ରହିଛି । ୧୫୮-୧୫୧ ଅନ୍ତରରେ ଚାଇନିଜ୍ ତାଇପେର ଯୋଡିଙ୍କୁ ପରାସ୍ତ କରି ଅଭିଷେକ୍- ଜ୍ୟୋତି ଏହି କମାଲ କରିଛନ୍ତି ।
next post