Cricket

ମେ ୨୪ରେ ଆଇପିଏଲ ଫାଇନାଲ

(ଓଡ଼ିଶା ସ୍ପୋର୍ଟ): ମାର୍ଚ୍ଚ ୨୯ ତାରିଖରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପରବର୍ତ୍ତୀ ସଂସ୍କରଣର ଶୁଭାରମ୍ଭ ମୁମ୍ବାଇରେ ହେବ। ଆଇପିଏଲର ଏହି ସଂସ୍କରଣ ମୋଟ ୫୭ଦିନ ଧରି ଚାଲିବ। ଏହାର ଅର୍ଥ ବ୍ରଡକାଷ୍ଟର୍ସ ଅନୁଯାୟୀ କୌଣସି ଦିନରେ ଦୁଇଟି ମ୍ୟାଚ୍ ହେବ ନାହିଁ। ଏପରିକି ମ୍ୟାଚ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରତି ମ୍ୟାଚ୍ ସାଢ଼େ ୭ଟା ବେଳେ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଏହି ସୂତ୍ର ଅନୁଯାୟୀ, “ବର୍ତ୍ତମାନ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇନାହିଁ, କିନ୍ତୁ ମେ’ ୨୪ ତାରିଖରେ ଫାଇନାଲ୍ ହେବା ଏକପ୍ରକାର ନିଶ୍ଚିତ ଏବଂ ଏହାର ଶୁଭାରମ୍ଭ ମାର୍ଚ୍ଚ ୨୯ ତାରିଖରୁ ହେବ। ଏଥିସହ ଏଥର ଆଇପିଏଲ୍ ପାଇଁ ୪୫ ଦିନରୁ ଅଧିକ ସମୟ ରହିବ। ଏଭଳି ସ୍ଥିତିରେ ଗୋଟିଏ ଦିନରେ ଗୋଟିଏ ମ୍ୟାଚ୍ କରାଇବାରେ କୌଣସି ସମସ୍ୟା ହେବ ନାହିଁ।”

Related posts

୧୫ରେ ଭାରତରେ ହେବ ଭାରତ-ପାକିସ୍ଥାନ ମହା ମୁକାବିଲା

ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା

Odisha Sports Bureau

ସ୍ଲୋ ଓଭର ରେଟ୍ ନେଇ BCCI ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ବ୍ୟାନ୍