Cricket

ମେ ୬ରୁ ମହିଳା ଟି-୨୦ ଚ୍ୟାଲେଞ୍ଜ

(ଓଡିଶା ସ୍ପୋର୍ଟ): ମେ ୬ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଚ୍ୟାଲେଞ୍ଜ । ପୁରୁଷଙ୍କ ଆଇପିଏଲ୍ ଭଳି ମହିଳାଙ୍କ ମଧ୍ୟ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ୩ଟି ଦଳ ମଧ୍ୟରେ ଖେଳାଯିବ। ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା ହୋଇଛି। ସମସ୍ତ ମ୍ୟାଚ୍ ରାଜସ୍ଥାନର ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଭାରତୀୟ ମହିଳା ଦଳର ୩ ବରିଷ୍ଠ ଖେଳାଳି, ହରମନପ୍ରୀତ କୌର ସୁପରନୋଭାସ ଦଳର ଅଧିନାୟକ ହୋଇଥିବା ବେଳେ ସ୍ମୃତି ମନ୍ଧାନା ଟ୍ରେଲବ୍ଲେଜର୍ସ ଦଳର କମାଣ ସମ୍ଭାଳିବେ। ସେହିପରି ମିତାଲି ରାଜ ଭେଲୋସିଟି ଦଳର ଅଧିନାୟକ ହୋଇଛନ୍ତି। ପ୍ରତି ଦଳରେ ୪ ଜଣ ଲେଖାଏ ବିଦେଶୀ ଖେଳାଳି ରହିଛନ୍ତି। ସେହିପରି ଓଡ଼ିଶାର ସୁଶ୍ରୀ ଦିବ୍ୟାଦର୍ଶିନୀ ଭେଲୋସିଟି ଟିମ୍ରେ ସ୍ଥାନ ପାଇଛନ୍ତି।

ଟିମ୍ ସୁପରନୋଭାସ: ହରମନପ୍ରୀତ କୌର(ଅଧିନାୟକ), ଅନୁଜା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ଚାମିରା ଆଟ୍ଟାପଟ୍ଟୁ(ଶ୍ରୀଲଙ୍କା), ଜେମିମା ରୋଡ୍ରଗିସ୍, ଲେ ତାହୁ(ନ୍ୟୁଜିଲ୍ୟାଣ୍ଡ), ମାନସୀ ଯୋଶୀ, ନିତାଲି ସ୍କିଭର(ଇଂଲଣ୍ଡ), ପୁନମ ଯାଦବ, ପ୍ରିୟା ପୁନିଆ, ରାଧା ପି ଯାଦବ, ସୋଫିଆ ଡିଭାଇନ୍(ନ୍ୟୁଜିଲ୍ୟାଣ୍ଡ) ଓ ତାନିୟା ଭାଟ୍ଟିଆ(ୱି)। କୋଚ୍: ଡବ୍ଲ୍ୟୁଭି ରମଣ।

ଟିମ୍ ଟ୍ରେଲବ୍ଲେଜର୍ସ: ସ୍ମୃତି ମନ୍ଧାନା(ଅଧିନାୟକ), ଭାରତୀ ଫୁଲମାଲି, ଡି ହେମଲତା, ଦୀପ୍ତି ଶର୍ମା, ହାରଲୀନ ଦେଓଲ, ଜାସିଆ ଅଖତର, ଜୁଲନ ଗୋସ୍ୱାମୀ, ଆର କଳ୍ପନା(ୱି), ରାଜେଶ୍ୱରୀ ଗାଏକ୍ୱାଡ, ଶାକେରା ସେଲମାନ(ୱେଷ୍ଟଇଣ୍ଡିଜ୍), ସୋଫିଆ ଇସକେଲଷ୍ଟୋନ(ଇଂଲଣ୍ଡ), ଷ୍ଟାଫାନି ଟେଲର( ୱେଷ୍ଟଇଣ୍ଡିଜ୍) ଓ ସୁଜି ବେଟ୍ସ(ନ୍ୟୁଜିଲ୍ୟାଣ୍ଡ)। କୋଚ: ବିଜୁ ଗର୍ଗ।

ଟିମ୍ ଭେଲୋସିଟି: ମିତାଲି ରାଜ(ଅଧିନାୟକ), ଆମେଲିଆ କେର(ନ୍ୟୁଜିଲ୍ୟାଣ୍ଡ), ଡାନିଏଲ ୱାଟ(ଇଂଲଣ୍ଡ), ଦେବିକା ବୈଦ, ଏକତା ବିଷ୍ଟ, ଏଚ୍ ମାଥ୍ୟୁସ୍(ୱେଷ୍ଟଇଣ୍ଡିଜ୍), ଜାହାନର ଆଲାମ(ବାଂଲାଦେଶ), କୋମଲ ଝାହନଜାଦ, ସେଫାଲି ବର୍ମା, ଶିକ୍ଷା ପାଣ୍ଡେ, ସୁଷମା ବର୍ମା(ୱି), ସୁଶ୍ରୀ ଦିବ୍ୟାଦର୍ଶିନୀ, ବେଦା କୀଷ୍ଣମୂର୍ତ୍ତି। କୋଚ: ମମତା ମାବେନ।

Related posts

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

Leave a Comment