More Sports

ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତିଲେ ଆଦିତ୍ୟ

(ଓଡିଶା ସ୍ପୋର୍ଟସ): ବିଶିଷ୍ଟ କ୍ୟୁ ଖେଳାଳି ଆଦିତ୍ୟ ମେହତା ଅନେକଥର ଚମ୍ପିଆନ ହୋଇଥିବା ପଙ୍କଜ ଆଡଭାଣୀ ଙ୍କୁ ଫାଇନାଲରେ ୬-୨ରେ ପରାସ୍ତ କରି ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତି ନେଇଛନ୍ତି । ପେଟ୍ରୋଲିୟମ୍ ଖେଳ ସଂମ୍ବର୍ଦ୍ଧନ ବୋର୍ଡର ପ୍ରତିନିଧିତ୍ୱ କରୁଥିବା ମହିମା ରବିବାରଦିନ ରାତିରେ ହୋଇଥିବା ମୁକାବିଲାରେ ପ୍ରଥମ ଫ୍ରେମ୍ ୧୦୩-୧୭ ରେ ଜିତିଛନ୍ତି । ଆଡଭାଣୀ ଅନ୍ୟ ଦୁଇଟି ଫ୍ରେମ୍ ୫୮-୫୦ ଏବଂ ୪୮-୪୭ରେ ଜିତି ପତ୍ୟାବର୍ତ୍ତନ କରିଥିଲେ । ଅବଶ୍ୟ ମେହତା ୧-୨ରେ ପଛୁଆ ରହିବାପରେ ମଧ୍ୟ ପରବର୍ତ୍ତି ୪ଟି ଫ୍ରେମ୍ ଜିତି ବେଷ୍ଟ୍ ଅଫ୍ ୧୧ ଫ୍ରେମ୍ ର ମୁକାବିଲା ୬-୨ରେ ଜିତି ନେଇଛନ୍ତି । ମହିଳା ସ୍ନୁକର ଫ୍ଧବନାଲରେ କର୍ଣ୍ଣାଟକର ବିଦ୍ୟା ପିଲ୍ଲେ ମଧ୍ୟ ପ୍ରଦେଶର ଏମି କମାନୀଙ୍କୁ ୩-୨ରେ ପରାସ୍ତ କରି ନିଜ ଟାଇଟଲ୍ କୁ ସଫଳତାର ସହ ବଞ୍ଚାଇଛନ୍ତି ।

Related posts

ଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ ରେ ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

Odisha Sports Bureau

ଇଣ୍ଡିଆନ୍ ଓପନ ଗଲ୍ଫ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସ୍ଥାନରେ ଅମନଦିପ୍

Odisha Sports Bureau

ବିଶ୍ୱ ବିଲିୟାର୍ଡସ ଚମ୍ପିଆନସିପରେ ପିଟର ଗିଲକ୍ରିଷ୍ଟ୍ ଚମ୍ପିଆନ, ସୌରଭ ରୌପ୍ୟରେ ସନ୍ତୁଷ୍ଟ

Odisha Sports Bureau